ଅଖିଳ ଭାରତୀୟ ସାହିତ୍ୟ ପରିଷଦର ଆଲୋଚନା ଚକ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବ୍ରାହ୍ମଣପଡା ସ୍ଥିତ ରାଧାକୃଷ୍ଣ ମନ୍ଦିର ଠାରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଗଙ୍ଗାଧର ସାହିତ୍ୟ ଉପରେ ଏକ ଆଲୋଚନା ରଖିଥିଲେ । ଏହି ସଭାକୁ ସଭାପତି ଡ. ଭବାନୀ ଶଙ୍କର ପଟେଲ ପରିଚାଳନା କରିଥିଲେ । ସଭା ପ୍ରାରମ୍ଭରେ ବ୍ରାହ୍ମଣ ମନ୍ତ୍ରପାଠ ଓ ପୂଜା ସହ ଦୀପ ପ୍ରଜ୍ଜ୍ୱଳନ କରିବା ପରେ ଏକ ପ୍ରାରମ୍ଭିକ ସଂଗୀତ ହେ ଗୁରୁ ତୁମେ ମଙ୍ଗଳମୟ କୁମୁଦିନୀ ପୃଷ୍ଟି, ରଶ୍ମି ପାତ୍ର, ଶିବ ଦାଶ, ଦେବେନ ଜାଲ, ଦାମୋଦର ପଟେଲ ଓ ରାଧାକୃଷ୍ଣ ମନ୍ଦିର କିର୍ତ୍ତନ ମଣ୍ଡଳ ସହଯୋଗ କରିଥିଲେ । ଗିରିଜା ଶଙ୍କର ରଥ ପରିଷଦର ଉଦ୍ଦେଶ୍ୟ ପ୍ରଦାନ କରିଥିଲେ । ପରେ ଯଥାକ୍ରମରେ ରାମଚନ୍ଦ୍ର ପଟେଲ, ଚୁମକି ଦାଶ, ମୀରା ତ୍ରିପାଠୀ ଓ ଗୁରୁ ବଂଶୀଧର ଦାନି ଗଙ୍ଗାଧର ସାହିତ୍ୟ ଉପରେ ଅତି ସୁନ୍ଦର ଭାବରେ ବକ୍ତବ୍ୟ ରଖିଥିଲେ । ସମୟ ସମୟରେ ଗଙ୍ଗାଧର ମେହେରଙ୍କର କବିତାକୁ ସଂଗୀତ ଦେଇଥିଲେ କୁମୁଦିନୀ ପୃଷ୍ଟି ଓ ରଶ୍ମି ପାତ୍ର । ମୀରା ଶତପଥି ସୀତାଙ୍କ ଚରିତ୍ରକୁ ଅତି ସୁନ୍ଦର ଭାବେ ଅବତାରଣ କରି ଆଜିର ନାରୀ ସମାଜରେ ସମର୍ପଣ ଭାବ ରଖିବାକୁ ଆହ୍ୱାନ ଦେଇଥିଲେ ।ରାମଚନ୍ଦ୍ର ପଟେଲ ଗଙ୍ଗାଧରଙ୍କ ମଙ୍ଗଳାଚରଣ ଉପରେ ଆଲୋଚନା କରିଥିଲେ । ସବିତା ଦାନି ମାତୃଭୂମି କବିତା ଆବୃତ୍ତି କରିଥିଲେ । ପରିଶେଷରେ ଅଖଣ୍ଡ ଭାଗବତ କମିଟି ବ୍ରାହ୍ମଣପଡାର ସଂପାଦକ ବଂଶୀଧର ସା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.