ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୪ଟି ବ୍ଲକରୁ ୧୪ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ଚଳିତ ବର୍ଷର ମୁଖ୍ୟ ବିଷୟ “କୃତ୍ରିମ ବୁଦ୍ଧିମତା : ସମ୍ଭାବନା ଓ ଉଦ୍‌ବେଗ” ବିଷୟରେ ନିଜର ପକ୍ଷ ଉପସ୍ଥାପନ କରିଥିଲେ । ଏହି ପ୍ରତିଯୋଗିତାରେ ଓଏଭି ପଥରଚେପାର ଦଶମ ଶ୍ରେଣୀ ଛାତ୍ରୀ ପ୍ରତୀକ୍ଷା ସାହୁ ପ୍ରଥମ, ମାଁ ଘଣ୍ଟାଷୁଣି ଟାଉନ ହାଇସ୍କୁଲ ଟିଟିଲାଗଡର ଦଶମ ଶ୍ରେଣୀ ଛାତ୍ର ସୌର ଶୋଭନ ରଥ ଦ୍ୱିତୀୟ ଓ ଓଏଭି ଝାରମୁଣ୍ଡାର ଦଶମ ଶ୍ରେଣୀର ଛାତ୍ର ସ୍ୱାଗତ କୁମାର ଦାଶ ତୃତୀୟ ସ୍ଥାନ ଅଧିକାର କରିଥିଲେ । ବିଚାରକ ଭାବେ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର କମ୍ପ୍ୟୁଟର ସାଇନ୍ସ ବିଭାଗ ମୁଖ୍ୟ ଦେବବ୍ରତ ଦଣ୍ଡସେନା ଓ ସରକାରୀ ପଲିଟେକନିକ କମ୍ପ୍ୟୁଟର ସାଇନ୍ସ ବିଭାଗ ମୁଖ୍ୟ ଆବ୍ରାହମ ଶବର ଯୋଗ ଦେଇଥିଲେ । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ବିଜୟଲକ୍ଷ୍ମୀ ରାୟଗୁରୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଧୃବଚରଣ ବେହେରା ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ଜିଲ୍ଲା ବିଜ୍ଞାନ ନିରୀକ୍ଷକ ରାଜେଶ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ଶିକ୍ଷକ ଅଶ୍ୱିନୀ ଷଡଙ୍ଗୀ । ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରୀ ପ୍ରତିକ୍ଷା ସାହୁ ରାଜ୍ୟସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ରରେ ଅଂଶଗ୍ରହଣ କରିବେ ।

Leave A Reply

Your email address will not be published.