ଜାତୀୟ ଶିକ୍ଷାନୀତି ଉପରେ ଆଲୋଚନା ଚକ୍ର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରସ୍ଵତୀ ଶିଶୁବିଦ୍ୟା ମନ୍ଦିର ପରିସରରେ ସଂକୁଳସ୍ତରୀୟ ବିଦ୍ଵତ୍ ପରିଷଦର ଜାତୀୟ ଶିକ୍ଷାନୀତି- ୨୦୨୦ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ସାଂଗକୁ ସେ ସ୍ଵାଗତ ଭାଷଣ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ନୃସିଂହଚରଣ ମିଶ୍ର, ମୁଖ୍ୟବକ୍ତା ଭାବରେ ଭାଗବତ ଭାସ୍କର ଜଗନ୍ନାଥ ପଣ୍ଡା, ଜିଲ୍ଲା ପ୍ରମୁଖ ବିପିନ ବିହାରୀ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ । ସ୍ଥାନୀୟ ଅନୁଷ୍ଠାନର ସଭାପତି ଉପେନ୍ଦ୍ର ମହାନ୍ତି ସଭାପତିତ୍ୱ କରିଥିବା ସହ ସମ୍ପାଦକ ପଦ୍ମଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ସଂକୁଳ ପ୍ରମୁଖ ଡ଼ଃ. ଜେ କୁର୍ମା ରାଓ, ଶିକ୍ଷାବିତ ତ୍ରିନାଥ ସାହୁ, କୈଲାଶ ଚନ୍ଦ୍ର ପଣ୍ଡା, ନୟନ ପାତ୍ର, ରଜନୀକାନ୍ତ ପଟ୍ଟନାୟକ, ଡ଼ଃ. ଅଳକା ମିଶ୍ର, ଶ୍ରୀମତି ରେଖା ମହାନ୍ତି, ସଦସ୍ୟା ସୁନୀତା ସେଠୀ, ବରିଷ୍ଟ ନାଗରିକ ତଥା ବରିଷ୍ଠ ଶିକ୍ଷାବିତ ନିରଞ୍ଜନ ତ୍ରିପାଠୀ, ଗଞ୍ଜାମ ଶିଶୁମନ୍ଦିରର ପ୍ରଧାନାଚାର୍ଯ୍ୟ ପତିତ ପାବନ ଶତପଥି, ସଦସ୍ୟ ଏସ୍‌. ରାମ ପ୍ରସାଦ ପଟ୍ଟନାୟକ, କୋରେଶ ଚନ୍ଦ୍ର ଶତପଥି ପ୍ରମୁଖ ସ୍ଥାନୀୟ ଅଂଚଳର ଅନେକ ବୁଦ୍ଧିଜୀବୀ ଯୋଗ ଦେଇ ନୂତନ ଶିକ୍ଷାନୀତି ୨୦୨୦ ଉପରେ ହୋଇଥିବା ଆଲୋଚନା ଚକ୍ରରେ ଅଂଶଗ୍ରହଣ କରି ତାତ୍ତ୍ଵିକ ଆଲୋଚନା ସହ ମତବ୍ୟକ୍ତ କରିଥିଲେ । ଏଥିରେ ସମସ୍ତ ଗୁରୁଜୀ ଗୁରୁମା ଏହି କାର୍ୟ୍ୟକ୍ରମରେ ସକ୍ରୀୟ ସହଯୋଗ କରିଥିଲେ ।

Leave A Reply

Your email address will not be published.