oom

ବିଦ୍ୟାଭାରତୀ ଆବାସିକ ବିଦ୍ୟାଳୟ ପରିସରରେ ସତ୍ୟ, ଅହିଂସା ଓ ଗାନ୍ଧୀ ଶୀର୍ଷକ ଆଲୋଚନାଚକ୍ର

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ବିଦ୍ୟାଭାରତୀ ଆବାସିକ ବିଦ୍ୟାଳୟ ପରିସରରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ‘ସତ୍ୟ, ଅହିଂସା ଓ ଗାନ୍ଧୀ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ଦେବସ୍ମିତା ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ଦୈନିକ ଖବର କାଗଜ ପ୍ରଗତିବାଦୀର ବଲାଙ୍ଗିର ଜିଲ୍ଲା ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଶରେ ଶାନ୍ତି ବଜାୟ ରଖିବାକୁ ହେଲେ ଗାନ୍ଧିଜୀଙ୍କର ସତ୍ୟ ଓ ଅହିଂସା ନୀତିକୁ ଆପଣାଇବାକୁ ପଡିବ ବୋଲି କହିବା ସହ ଅହିଂସାକୁ ପରମଧର୍ମ ଭାବେ ଗ୍ରହଣ କଲେ ମନରୁ ହିଂସା, ଦ୍ୱେଷ ଆପେ ଆପେ ଦୂରେଇ ଯିବ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ଆଗଲପୁର ବ୍ଲକ ଅନ୍ତର୍ଗତ କୁଟାସିଂହା ପଂଚାୟତ ହାଇସ୍କୁଲର ପ୍ରଧାନ ଶିକ୍ଷକ ଦିଲିପ କୁମାର ଯୋଷୀ ଯୋଗଦେଇ ସମଗ୍ର ମାନବଜାତି ଯଦି ଅହିଂସା ପଥକୁ ଅନୁସରଣ କରିବେ ତେବେ ତାହା ହିଁ ହେବ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି କହିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ଦେବସ୍ମିତା ବେହେରା ନିଜ ବକ୍ତବ୍ୟରେ ସତ୍ୟ ଓ ଅହିଂସା ଗାନ୍ଧିଜୀଙ୍କ ପାଇଁ ଜୀବନ ସଂହିତା ଥିଲା ବୋଲି କହିବା ସହ ବହୁ ଧର୍ମ, ସଂପ୍ରଦାୟ, ଭାଷା, ସଂସ୍କୃତି ଓ ପରମ୍ପରାର ଏକ ବିଶାଳ ଭୁଖଣ୍ଡକୁ ଏକତାର ରଜ୍ଜୁରେ ବାନ୍ଧି ରଖିବାର ପ୍ରେରଣା କେବଳ ଗାନ୍ଧିଜୀଙ୍କ ଅହିଂସା ଦ୍ୱାରା ସମ୍ଭବ ହୋଇ ପାରିିଛି ବୋଲି କହିଥିଲେ । କାର୍ଯ୍ୟକ୍ରମକୁ ରଞ୍ଜିତ ମିଶ୍ର ପରିଚାଳନା କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ବିଦ୍ୟାଳୟର ନିର୍ଦ୍ଦେଶକ ରାମଚନ୍ଦ୍ର ବେହେରା । କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ହିମାଂଶୁ ହନୁମାନ, ପୁସ୍ତମ ଜୁଆଡି, ହିତେଶ ସାହୁ, ନେତ୍ରାନନ୍ଦ ପ୍ରଧାନ, ମିନା ବିଶି ।

jittmm
Leave A Reply

Your email address will not be published.