centurian jitm

ନୂଆଦିଲ୍ଲୀରେ ‘ଇଣ୍ଡିଆ ୨୦୪୭: ବିଲ୍ଡିଂ ଏ କ୍ଲାଇମେଟ୍- ରେଜିଲିଏଣ୍ଟ ଫ୍ୟୁଚର୍’ ଉପରେ ଆଲୋଚନାଚକ୍ର ଆରମ୍ଭ

ନୂଆଦିଲ୍ଲୀ, (ପିଆଇବି) : ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ (ଏମ୍‌ଓଇଏଫ୍‌ସିସି) ସହଯୋଗରେ ଲକ୍ଷ୍ମୀ ମିତ୍ତଲ ଆଣ୍ଡ ଫ୍ୟାମିଲି ସାଉଥ୍ ଏସିଆ ଇନଷ୍ଟିଚ୍ୟୁଟ୍ ଏବଂ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ସାଲାଟା ଇନଷ୍ଟିଚ୍ୟୁଟ୍ ଫର୍‌ କ୍ଲାଇମେଟ୍ ଆଣ୍ଡ ସଷ୍ଟେନେବିଲିଟି ପକ୍ଷରୁ ‘ଇଣ୍ଡିଆ ୨୦୪୭: ବିଲ୍ଡିଂ ଏ କ୍ଲାଇମେଟ୍- ରେଜିଲିଏଣ୍ଟ ଫ୍ୟୁଚର୍’ (‘ଭାରତ ୨୦୪୭: ଏକ ଜଳବାୟୁ ଅନୁକୂଳ ଭବିଷ୍ୟତର ନିର୍ମାଣ’) ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ୨୦୪୭ ସୁଦ୍ଧା ଦେଶ ବିକଶିତ ଭାରତ ହେବାକୁ ଚାହୁଁଥିବା ବେଳେ ଭାରତର ଜଳବାୟୁ ଅନୁକୂଳନ ଏବଂ ସ୍ଥିରତା ଉପରେ ପ୍ରାଥମିକତା ଦିଗରେ ଆଲୋଚନା କରିବା ପାଇଁ କେନ୍ଦ୍ର ସରକାର, ରାଜ୍ୟ ସରକାର, ବୈଜ୍ଞାନିକ, ଗବେଷକ, ଶିଳ୍ପ ବିଶେଷଜ୍ଞ, ନାଗରିକ ସମାଜ ପ୍ରତିନିଧି ଏବଂ ଅନ୍ୟାନ୍ୟ ପ୍ରାସଙ୍ଗିକ ଅଂଶୀଦାର ମାନଙ୍କର ଆହ୍ୱାନ ସହିତ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ଏହି ଚାରି ଦିନିଆ ଆଲୋଚନାଚକ୍ର ଆରମ୍ଭ ହୋଇଛି । ପ୍ରଥମ ଦିବସରେ ଉଦ୍‌ଘାଟନୀ ଅଧିବେଶନରେ ନୀତି ଆୟୋଗର ଉପାଧ୍ୟକ୍ଷ ତଥା କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ତରୁଣ କପୁର, ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ପ୍ରୋଭୋଷ୍ଟ ଜେମ୍ସ ଏଚ୍ ଷ୍ଟକ ଏବଂ ଲକ୍ଷ୍ମୀ ମିତ୍ତଲ ଆଣ୍ଡ ଫ୍ୟାମିଲି ସାଉଥ ଏସିଆ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ତରୁଣ ଖାନ୍ନା ଉପସ୍ଥିତ ଥିଲେ । ସୁମନ ବେରୀ ତାଙ୍କ ଅଭିଭାଷଣରେ ଭାରତ- କେନ୍ଦ୍ରିତ ଅନୁକୂଳନ ରଣନୀତିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଅନୁକୂଳନ ସମ୍ଵନ୍ଧୀୟ ଆହ୍ୱାନର ମୁକାବିଲା କରିବା ସହିତ ଅଭିବୃଦ୍ଧି ବଜାୟ ରଖିବା ଏବଂ କଲ୍ୟାଣକୁ ତ୍ୱରାନ୍ୱିତ କରିବାର ଗୁରୁତ୍ୱ ଉପରେ ସେ ଆଲୋକପାତ କରିଥିଲେ । ସେ କାର୍ଯ୍ୟକ୍ରମ ପ୍ରସ୍ତୁତିରେ ନମନୀୟତା ପାଇଁ ଆହ୍ୱାନ ଦେଇଥିଲେ, ବିଶେଷ କରି ପ୍ରଶାସନିକ ଦିଗ ଉପରେ ଉଲ୍ଲେଖ କରିଥିଲେ, ଯାହା ମୁଖ୍ୟତଃ ସାମନାକୁ ଆସିନଥାଏ । ଉଭୟ ଲୋକ ଏବଂ ସମୁଦାୟକୁ ସଶକ୍ତ କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଏହାବ୍ୟତୀତ, ସେ କେସ୍ ଷ୍ଟଡିକୁ ନଥୀକରଣ କରିବା ଏବଂ ଦକ୍ଷିଣ ଏସିଆ ମଧ୍ୟରେ ବୌଦ୍ଧିକ ବିନିମୟକୁ ପ୍ରୋତ୍ସାହିତ କରିବାର ମହତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ । ସମସ୍ତ କ୍ଷେତ୍ରରେ ଦୃଢ଼ ଅନୁକୂଳ ପଦକ୍ଷେପର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି କୀର୍ତ୍ତିବର୍ଦ୍ଧନ ସିଂହ କହିଥିଲେ, “ଭାରତ କ୍ରମାଗତ ଭାବରେ ଦକ୍ଷିଣ ବିଶ୍ଵ ପାଇଁ ଜଳବାୟୁ ସମର୍ଥନର ନେତୃତ୍ୱ ନେଇଛି, ଯାହା ସୁନିଶ୍ଚିତ କରୁଛି ଯେ ଅନ୍ତର୍ଜାତୀୟ ଜଳବାୟୁ ନୀତି ନିରପେକ୍ଷ ଏବଂ ସମାବେଶୀ ରହିଛି । ଯେହେତୁ ଆମେ ଆଗକୁ ବଢ଼ୁଛୁ, ଅନୁକୂଳନ ପ୍ରୟାସକୁ ବ୍ୟାପକ କରିବା ଏବଂ ସୁନିଶ୍ଚିତ କରିବା ଜରୁରୀ, ଯାହା ଫଳରେ ସବୁଠାରୁ ଦୁର୍ବଳ ସମୁଦାୟଗୁଡିକ ସ୍ଥିରତା ସୃଷ୍ଟି କରିବା ପାଇଁ ଆବଶ୍ୟକ ସମ୍ବଳ ଏବଂ ଜ୍ଞାନକୌଶଳର ସୁବିଧା ପାଇପାରିବେ” । ଭାରତ ଉଚ୍ଚାକାଂକ୍ଷୀ ଅକ୍ଷୟ ଶକ୍ତି ଲକ୍ଷ୍ୟ ଏବଂ ନିର୍ଗମନ ତୀବ୍ରତା ହ୍ରାସ ପ୍ରତିବଦ୍ଧତା ମାଧ୍ୟମରେ ପ୍ରଶମନ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରିଥିବା ବେଳେ ଜଳବାୟୁ ପରିବର୍ତ୍ତନର ପ୍ରଭାବରୁ ଜୀବିକା, ପରିବେଶ ଏବଂ ଭିତ୍ତିଭୂମିକୁ ସୁରକ୍ଷିତ ରଖିବା ପାଇଁ ଅନୁକୂଳନ ଏବଂ ସ୍ଥିରତା ଅପରିହାର୍ଯ୍ୟ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ଅନୁକୂଳନ ସମ୍ଵନ୍ଧୀୟ ପଦକ୍ଷେପକୁ ସମର୍ଥନ କରିବାରେ ଜଳବାୟୁ ସମ୍ଵନ୍ଧୀୟ ଆର୍ଥିକ ସମ୍ଵଳର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ମନ୍ତ୍ରୀ ଆଲୋକପାତ କରିଥିଲେ । ଦୁର୍ବଳ ସମୁଦାୟର ଆବଶ୍ୟକତାକୁ ପୂରଣ କରିବା ଏବଂ ପ୍ରଭାବଶାଳୀ ଅନୁକୂଳଦ ପଦକ୍ଷେପ ସୁନିଶ୍ଚିତ କରିବା ପାଇଁ ଆର୍ଥିକ ସମ୍ବଳକୁ ଯଥେଷ୍ଟ ବୃଦ୍ଧି କରାଯିବା ଆବଶ୍ୟକ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ଅନୁକୂଳନ ପ୍ରୟାସକୁ ପ୍ରୋତ୍ସାହିତ କରିବାରେ ସରକାରୀ ଆର୍ଥିକ ବ୍ୟବସ୍ଥାର ପରିପୂରକ ହେବା ପାଇଁ ମିଶ୍ରିତ ଅର୍ଥ, ବିପଦ ଭାଗୀଦାରୀ ଢାଞ୍ଚା ଏବଂ ଅଧିକ ଘରୋଇ କ୍ଷେତ୍ରର ସଂପୃକ୍ତି ସମେତ ଅଭିନବ ଆର୍ଥିକ ବ୍ୟବସ୍ଥାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଏହାବ୍ୟତୀତ ଜଳବାୟୁ ପରିବର୍ଭନ ଦ୍ଵାରା ପ୍ରଭାବିତ ହେଉଥିବା ଆଗଧାଡ଼ିର ହିତଧାରକ, ଯଥା : କୃଷକ, କ୍ଷୁଦ୍ର ବ୍ୟବସାୟ ଏବଂ ଉପକୂଳବର୍ତ୍ତୀ ସମୁଦାୟକୁ ଅନୁକୂଳ ପୁଞ୍ଜିନିବେଶ ସିଧାସଳଖ ଉପକୃତ କରିବା ଆବଶ୍ୟକ ବୋଲି ମନ୍ତ୍ରୀ ଦର୍ଶାଇଥିଲେ । ଗ୍ରୀନ୍ ବଣ୍ଡ୍, ଜଳବାୟୁ ସହନଶୀଳ ଭିତ୍ତିଭୂମି ପାଣ୍ଠି ଏବଂ ରିହାତି ଆର୍ଥିକ ବ୍ୟବସ୍ଥା ଭଳି ଆର୍ଥିକ ଉପକରଣଗୁଡ଼ିକୁ ସୁଦୃଢ଼ କରି ଭାରତ ଏକ ସ୍ଥାୟୀ ଏବଂ ନ୍ୟାୟସଙ୍ଗତ ଜଳବାୟୁ ଆର୍ଥିକ ପାରିବେଶିକ ବ୍ୟବସ୍ଥା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି ବୋଲି ସେ କହିଥିଲେ । ଭାରତ ବିଶ୍ୱାସ କରେ ଯେ ଅନ୍ତର୍ଜାତୀୟ ଜଳବାୟୁ ସମ୍ଵନ୍ଧୀୟ କାର୍ଯ୍ୟ ବିଶ୍ୱାସ, ସ୍ୱଚ୍ଛତା ଏବଂ ସମାନ ଅଭିବୃଦ୍ଧି ଉପରେ ନିର୍ମାଣ ହେବା ଆବଶ୍ୟକ । ସମସ୍ତଙ୍କ ପାଇଁ ଜଳବାୟୁ ସ୍ଥିରତା ସୁନିଶ୍ଚିତ କରିବା, ସ୍ୱଚ୍ଛ ଶକ୍ତି ପରିବର୍ତ୍ତନରେ ଅଭିନବତାକୁ ତ୍ୱରାନ୍ୱିତ କରିବା ଏବଂ ବିକେନ୍ଦ୍ରୀକୃତ ଶାସନ ଏବଂ ପରିବେଶ ଭିତ୍ତିକ ସମାଧାନ ମାଧ୍ୟମରେ ସ୍ଥାନୀୟ ସମୁଦାୟମାନଙ୍କୁ ସଶକ୍ତ କରିବା ପାଇଁ ଆମକୁ ଦକ୍ଷିଣ – ଦକ୍ଷିଣ ଏବଂ ତ୍ରିକୋଣୀୟ ସହଯୋଗକୁ ବୃଦ୍ଧି କରିବାକୁ ହେବ । ସଭାକୁ ସମ୍ବୋଧିତ କରି ତରୁଣ କପୁର ବ୍ୟବହାରିକ ଜଳବାୟୁ ପରିବର୍ତ୍ତନ ସମାଧାନ ଉପରେ ଗୁରୁତ୍ୱାରୋପ କରିଥିଲେ ଯାହା ବ୍ୟକ…

Leave A Reply

Your email address will not be published.