ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭାର ବୈଠକ ସ୍ଥାନୀୟ ନରସିଂହ ମନ୍ଦିର ପରିସରରେ ସଭାପତି ଧନଞ୍ଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ସମାଜର ବିଭିନ୍ନ ସମସ୍ୟା ନେଇ ଆଲୋଚନା ହୋଇଥିଲା । ବିଶେଷତଃ ବ୍ଲକ ସ୍ତରରେ ଓ ମଣ୍ଡଳ ସ୍ତରରେ ସେମାନଙ୍କୁ ସଭ୍ୟ ପଦରେ ଅନ୍ତର୍ଭୁକ୍ତ କରିବା ପାଇଁ ଆଲୋଚନା ହୋଇଥିଲା । ସଭାପତି ଏ ବିଷୟରେ ବିସ୍ତୃତ ଆଲୋଚନା କରି କହିଥିଲେ ଯେ, ଆମ ସମାଜର ବ୍ଲକ ଓ ମଣ୍ଡଳ ସ୍ତରରେ ଥିବା ଲୋକଙ୍କୁ ସଭ୍ୟ ପଦରେ ଅନ୍ତର୍ଭୁକ୍ତ କରିବା ପାଇଁ ଏକ ସାଂଗଠାନିକ ସଂପାଦକ ଆବଶ୍ୟକତା ପଡୁଥିବାରୁ ଏହି ପଦ ଗଠନ କରିବାକୁ ପ୍ରସ୍ତାବ ଦେଇଥିଲେ ଏବଂ ସର୍ବସମ୍ମତିକ୍ରମେ କିଶୋର ପୁରୋହିତଙ୍କୁ ସାଂଗଠନିକ ସଂପାଦକ ଭାବରେ ଦାୟିତ୍ୱ ଅର୍ପଣ କରାଗଲା ଏବଂ ତାଙ୍କ ଦାୟିତ୍ୱରେ ଜିଲ୍ଲାର ବିଭିନ୍ନ ଅଂଚଳକୁ ଯାଇ ସମସ୍ତଙ୍କୁ ଏକତ୍ରିତ କରିବାକୁ ପ୍ରସ୍ତାବ ଗୃହିତ ହେଲା । ଆସନ୍ତା ୨୩ ତାରିଖରେ ବାମନ ଜୟନ୍ତୀ ଉପଲକ୍ଷେ ବାମନ ଜୟନ୍ତୀ ପାଳନ କରିବା ପାଇଁ ସ୍ଥିରିକୃତ ହେଲା । ଏହି ଆଲୋଚନାରେ ସଂଘର ଉପଦେଷ୍ଟା ନୀଳମଣି ମିଶ୍ର, ସତ୍ୟବନ୍ତ ବେଦବାକ, ଗିରିଧାରୀ ଶତପଧି, ଉପ-ସଭାପତି ଗୋପବନ୍ଧୁ ପୁୁରୋହିତ, ସଂପାଦକ ଜୟରାମ ମିଶ୍ର, କୋଷାଧ୍ୟକ୍ଷ ପର୍ଶୁରାମ ନାୟକ, ନରେନ୍ଦ୍ର ଆଚାର୍ଯ୍ୟ, ଶ୍ୟାମ ସୁନ୍ଦର ଦାଶ, କିଶୋର କୁମାର ମିଶ୍ର, ଦେବଦତ୍ତ ମିଶ୍ର, ପ୍ରଦୀପ କୁମାର ମିଶ୍ର, ପ୍ରଦୀପ କୁମାର ମିଶ୍ର, ହରେରାମ ପୁରୋହିତ, ଜଗଦିଶ ପ୍ରସାଦ ନାଥ, ସଂକିର୍ତ୍ତନ ତ୍ରିପାଠୀ ଓ ଅନ୍ୟାନ୍ୟ ସଦସ୍ୟମାନେ ଯୋଗଦାନ କରିଥିଲେ । ଶେଷରେ ଶୁଭେନ୍ଦୁ ନେପାକ ଧନ୍ୟବାଦ ଅର୍ପଣ କରିଥିଲେ ।