jayashree

ମାନବ କଲ୍ୟାଣ ଦିଗରେ ବୈଦିକ ଜ୍ୟୋତିଷର ଆଲୋଚନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଟାଉନ ବାଳିକା ହାଇସ୍କୁଲ ସମ୍ମିଳନୀ କକ୍ଷଠାରେ ଭର୍ଗୋ ଜ୍ୟୋତି ଏଷ୍ଟ୍ରୋ ରିସର୍ଚ ସେଣ୍ଟର, ବଲାଙ୍ଗିରର ୨୦ତମ ବାର୍ଷିକ ଉତ୍ସବ ସହିତ ଜ୍ୟୋର୍ତିି ବିଜ୍ଞାନ ବିକାଶ ପରିଷଦ ପାଟଣାଗଡର ୬ଷ୍ଠତମ ଅଧିବେଶନ ମିଳିତ ଭାବରେ ହୋଇଯାଇଛି । ଏହି ସମ୍ମିଳନୀରେ ବିଜ୍ଞ ଜ୍ୟୋତିଷମାନଙ୍କ ଆଲୋଚନା କ୍ରମେ ବୈଦିକ ଜ୍ୟୋତିଷର ଉନ୍ନତି, ଏହି ବିଦ୍ୟାର ପ୍ରଚାର ପ୍ରସାର ଦିଗରେ କାର୍ଯ୍ୟ କରିବାକୁ ସଭ୍ୟମାନଙ୍କୁ ଉତ୍ସାହିତ କରାଯାଇଥିଲା । ବୈଦିକ ଜ୍ୟୋତିଷର ସଭ୍ୟତା ମାନବ କଲ୍ୟାଣରେ କାର୍ଯ୍ୟ କରୁଥିବା ଉପରେ ଗଭୀର ତର୍ଜମା କରାଯାଇଥିଲା । ଟିକେଶ୍ୱର ଗୁରୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଭାରପ୍ରାପ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ କୁବେର ଚନ୍ଦ୍ର ମହନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବିଜେବିପି ସଭାପତି ପଦ୍ମମୁଖ ଶତପଥି, ସଂପାଦକ ବିଜେଏଆରସି ଶରତ ଚନ୍ଦ୍ର ଶତପଥି ମଂଚାସୀନ ଥିଲେ । ଏହି ସମ୍ମିଳନୀରେ ପୁରୁଷୋତ୍ତମ ଦାଶ, ସୁରେନ୍ଦ୍ର କୁମାର ମିଶ୍ର, ରାଧେଶ୍ୟାମ ମେହେର, ଆଲୋକ ରଂଜନ ଶତପଥି, ବ୍ୟାସଦେବ ମିଶ୍ର, ଅଭିମନ୍ୟୁ ମିଶ୍ର, ସିଦ୍ଧେଶ୍ଵର ପାଣିଗ୍ରାହୀ, ଅଶୋକ ନନ୍ଦ ସହଯୋଗ କରିଥିଲେ । ଶେଷରେ ପଣ୍ଡିତ ଶରତ ଚନ୍ଦ୍ର ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ୩୦ ଜଣଙ୍କୁ ବୈଦିକ ବ୍ରହ୍ମା ମାନପତ୍ର ଦିଆଯାଇଥିଲା ।

Leave A Reply

Your email address will not be published.