jayashree

ପଦ୍ମପୁର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ ସହ ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ସଂଘ କର୍ମକର୍ତ୍ତାଙ୍କ ଆଲୋଚନା

  • ୧୩ରେ ଘେରିବ ଉପଜିଲ୍ଲାପାଳ କାର୍ଯ୍ୟାଳୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବିଭୁତି ଭୂଷଣ ଭୋଇଙ୍କ ସହ ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘ ବରଗଡ଼ ଜିଲ୍ଲା କମିଟିକୁ ଏକ ବୈଠକ ଡାକିଥିଲେ । ଏହି ବୈଠକରେ ପଦ୍ମପୁର ସବ୍ ଡିଭିଜନର ୯ଟି ଥାନା ଅଧିକାରୀମାନେ ଉପସ୍ଥିତ ଥିଲେ । ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ବରଗଡ଼ ଜିଲ୍ଲା କମିଟି ସଂଘ ପ୍ରତିଷ୍ଠାତା ଲଢୁଆ ନେତା ସଂଗ୍ରାମୀ ନେତା ଗୋବର୍ଦ୍ଧନ ଭୋଏ ଯୋଗଦାନ କରିଥିଲେ । ମହାସଂଘର ଜିଲ୍ଲା ସଭାପତି ଗୋବିନ୍ଦ ବରିହା, ପଦ୍ମପୁର ବ୍ଲକ୍ ସଭାପତି ବାମନ ଧରୁଆ, ଶଶିଭୁଷଣ ବରିହା, ସଞ୍ଜୟ ଜରଜରିଆ, ଭାଗିରଥି ଭୁଏଙ୍କ ସହ ସଂଘର ସଭ୍ୟମାନେ ଉପସ୍ଥିତ ଥିଲେ । ଏହି ଅଞ୍ଚଳରେ ଆଦିବାସୀ ମହିଳାମାନଙ୍କ ଉପରେ ଅନ୍ୟାୟ ଅତ୍ୟାଚାର ଏବଂ ଶୋଷଣ କରାଯାଉଛି । ବିଭିନ୍ନ ସମସ୍ୟାର ସମାଧାନ ପାଇଁ ୧୩ ଦଫା ଦାବୀ ନେଇ ପାଇକମାଳ ବ୍ଲକ୍ ଗତ ଅଗଷ୍ଟ ୮ ତାରିଖ ଦିନ ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ବରଗଡ଼ ଜିଲ୍ଲା କମିଟି ତରଫରୁ ଘେରାଉ ହୋଇଥିଲା ହେଲେ ଏ ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ଦୋଷୀମାନଙ୍କ ଉପରେ କିଛି ପଦକ୍ଷେପ ନେଇ ନାହାନ୍ତି । ଆଦିବାସୀ ହରିଜନ ଆଇନକୁ ପୁଲିସ ପ୍ରଶାସନ ଠିକ୍ ଭାବରେ ପାଳନ କରୁନାହାନ୍ତି । ସରକାରଙ୍କ ଆଇନ୍ ଅନୁଯାୟୀ ଆଦିବାସୀ ହରିଜନ ଆଇନକୁ କଡ଼ାକଡ଼ି ଭାବରେ କାର୍ଯ୍ୟକାରୀ କରାଯାଉ, ସବୁ ଥାନାରେ ଏବଂ ପ୍ରତ୍ୟେକ ସରକାରୀ ଅଫିସ୍‌ରେ ସମସ୍ତ ଜନ ସାଧାରଣଙ୍କୁ ସମ୍ମାନ ଦିଆଯାଉ ଦୋଷୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ, ଦାବୀ ପୂରଣ ନ ହେଲେ ସେପ୍ଟେମ୍ବର ୧୩ ତାରିଖ ଦିନ ହଜାର୍ ହଜାର୍ ସଂଖ୍ୟାରେ ଆଦିବାସୀ ମହିଳା ଓ ପୁରୁଷମାନେ ନିଜ ନିଜର ଅସ୍ତ୍ରଶସ୍ତ୍ର ଧରି ଅନିର୍ଦ୍ଧିଷ୍ଟ କାଳ ପାଇଁ ଆନ୍ଦୋଳନ ଜାରି ରହିବ ବୋଲି ମହାସଂଘ ସଂଘ ଚେତାବନୀ ଦେଇଛି ।

Leave A Reply

Your email address will not be published.