oom

ଜଙ୍ଗଲ ବିଭାଗ ସଚିବ ଓ କେନ୍ଦୁପତ୍ର ପିସିସିଏଫ୍‌ଙ୍କ ସହ କେନ୍ଦୁପତ୍ର ସଂଘର ଆଲୋଚନା

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପୂର୍ବତନ ବିଧାୟକ ତଥା ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ପଦ୍ମପୁର ଡିଭିଜନ ସଂପାଦକ ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ କେନ୍ଦୁପତ୍ର ଶ୍ରମିକଙ୍କ ୭ଦଫା ଦାବୀ ନେଇ ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ଶାସନ ସଚିବ ଡା. ମୋନା ଶର୍ମା ଓ କେନ୍ଦୁପତ୍ର ବିଭାଗର ପିସିସିଏଫ୍‌ଙ୍କ ଆଲୋଚନା ହୋଇଯାଇଛି । ୭ ଦଫା ଦାବୀ ମଧ୍ୟରେ ରେଢାଖୋଲ କେନ୍ଦୁପତ୍ର ଶ୍ରମିକ ସମାବେଶରେ ଜାନୁୟାରୀ ୧୩ ତାରିଖ ୨୦୧୩ ମସିହାରେ ଓଡିଶାର ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ସିଜିନାଲ କର୍ମଚାରୀ ପାଇଁ ଚାକିରି ସର୍ତ୍ତାବଳୀ ଲାଗୁ କରିବା ପାଇଁ ଘୋଷଣା କରିଥିଲେ ମଧ୍ୟ ଆଜି ଯାଏଁ ଏହାଲାଗୁ କରାଗଲା ନାହିଁ । ତେଣୁ ତୁରନ୍ତ ଚାକିରି ସର୍ତ୍ତାବଳୀ ଲାଗୁ କରିବା, କେନ୍ଦୁପତ୍ର ସଂସ୍ଥା ଗତବର୍ଷ ୨ ଶହ କୋଟି ଲାଭ ପାଇଥିଲା ତେଣୁ ଲାଭାଂଶର ଶତପ୍ରତିଶତ ବୋନସ କେନ୍ଦୁପତ୍ର ତୋଲାଳୀଙ୍କୁ ଦିଆଯିବା ସହ ସିଜିନାଲ କର୍ମଚାରୀଙ୍କୁ ଲାଭାଂଶ ୫୦ ଭାଗ ପ୍ରୋତ୍ସାହନ ଇନସେନଟିଭ୍ ଦିଆଯାଉ, କେନ୍ଦୁପତ୍ର ସଂଗ୍ରହର ପରିମାଣକୁ ଆଧାର ନକରି ସମସ୍ତ କେନ୍ଦୁପତ୍ର ତୋଲାଳୀମାନଙ୍କୁ ଶ୍ରମିକ ମଙ୍ଗଳ ପାଣ୍ଠିରୁ ବିବାହ ସହାୟତା ଓ ଛାତ୍ର ବୃତ୍ତି ଯୋଗାଇ ଦିଆଯାଉ, ସିଜିନାଲ କର୍ମଚାରୀଙ୍କ ଅବସର ବୟସ ସୀମା ୬୨ ବର୍ଷରୁ ୬୫ ବର୍ଷକୁ ବଢାଯାଉ, ୱାଚର, ଡ୍ରାଇଭର, ଅଫିସ ଏସିଷ୍ଟାଣ୍ଟମାନଙ୍କ ୧୮ ମାସର ବର୍ଦ୍ଧିତ ଦରମା ଏରିଅର ଆକାରରେ ପ୍ରଦାନ କରାଯାଉ, ବନ୍ଧେଇ ଶ୍ରମିକମାନଙ୍କ ପାଇଁ କେନ୍ଦୁପତ୍ର ବଣ୍ତଲ ପ୍ରତି ଶହେ ଟଙ୍କା ସହ ମେଟ କମିଶନ ଓ ଭର୍ତ୍ତି କମିଶନ ମଧ୍ୟ ୧ ଶହ ଟଙ୍କା ବୃଦ୍ଧି କରାଯାଉ, ଓଡ଼ିଶାର ବିଭିନ୍ନ ଖାଲିଥିବା ଚପରାସୀ ଠୁଁ ହେଡ୍‌ଚେକର ପର୍ଯ୍ୟନ୍ତ ସମସ୍ତ ପଦବୀ ତୁରନ୍ତ ପୁରଣ କରାଯାଉ । ଦାବୀଗୁଡିକ ସରକାରଙ୍କଠାରେ ଉପସ୍ଥାପିତ କରାଯିବ ବୋଲି ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ସଚିବ ଡା. ଶର୍ମା ପ୍ରତିଶୃତି ଦେଇଥିବା ଶ୍ରୀ ପୁରୋହିତ ସୂଚନା ଦେଇଛନ୍ତି । ଆଲୋଚନା ସମୟରେ କେନ୍ଦୁପତ୍ର ଶ୍ରମିକ ନେତା ସର୍ବଶ୍ରୀ କୋକିଲ ସାହୁ, ସୁରେଶ ପଣ୍ତା, ୠଷବ ପ୍ରଧାନ, ଭରତ ବିଶ୍ୱାଳ, ଶ୍ୟାମ ଚନ୍ଦନ, ଭାର୍ତ୍ତିକ ନାଗ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.