ବସ ମାଲିକ ସଂଘ ଓ ଅର୍କେଶ ନାରାୟଣ ସିଂହଦେଓଙ୍କ ଆଲୋଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରସ୍ତାବିତ ବସ ଟର୍ମିନାଲର ବିଭିନ୍ନ ସମସ୍ୟାକୁ ନେଇ ଗତ ୬ ମାର୍ଚ୍ଚ ୨୦୨୧ରେ ବସ ମାଲିକ ସଂଘ ଓ ଅର୍କେଶ ନାରାୟଣ ସିଂହଦେଓଙ୍କ ମିଳିତ ଉଦ୍ୟମରେ ଭୁବନେଶ୍ୱରରେ ରାଜ୍ୟ ସରକାରଙ୍କ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସହିତ ସାକ୍ଷାତ କରି ସଂଘ ପକ୍ଷରୁ ୯ ଦଫା ସମ୍ବଳିତ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଉକ୍ତ ଦାବୀଗୁଡିକୁ ନେଇ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା ପ୍ରତିଶୃତି ଦେଇଥିବା ବେଳେ ବସ ଟର୍ମିନାଲର ନିର୍ମାଣ କାର୍ଯ୍ୟ ଏଯାଏଁ ଚାଲିଛି । ଇତି ମଧ୍ୟରେ ବସ ମାଲିକ ସଂଘ ଓ ଅର୍କେଶ ନାରାୟଣ ସିଂହଦେଓଙ୍କ ଆଉ ଗୋଟିଏ ମିଳିତ ବୈଠକ ଗତ କାଲି ବସ ମାଲିକ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସେହି ୯ ଦଫା ଦାବୀ ଉପରେ ଆଲୋଚନା କରାଯାଇ ରାଜ୍ୟ ସରକାରଙ୍କ ପରିବହନ ବିଭାଗ ସହିତ ଯୋଗାଯୋଗ କରି ସମସ୍ତ ସମସ୍ୟାଗୁଡିକୁ ସମାଧାନ କରିବାକୁ ପ୍ରୟାସ ଜାରୀ ରହିବ ବୋଲି ସହମତି ପ୍ରକାଶ ପାଇଛି । କରୋନାର ଦ୍ୱିତୀୟ ପର୍ଯ୍ୟାୟ ପରେ ଅର୍କେଶ ନାରାୟଣ ସିଂହଦେଓ ଓ ବସ ମାଲିକ ସଂଘ ମଧ୍ୟରେ ବୈଠକ ପ୍ରଥମ ଥର ବସିଥିବା ବେଳେ ଏହି ବିଷୟରେ ବସ ମାଲିକ ସଂଘ ସଭାପତି ହେମନ୍ତ ପଣ୍ଡା ଯୋଗାଯୋଗରେ ସବୁବେଳେ ରହିଛନ୍ତି । ଏହି ବୈଠକ କୌଣସି ଏକ ନିଜସ୍ୱ ଜରୁରୀକାଳୀନ କାର୍ଯ୍ୟରେ ସଭାପତି ଜିଲ୍ଲା ବାହାରେ ଥିବାରୁ ତାଙ୍କ ପରାମର୍ଶ କ୍ରମେ ବସ ମାଲିକ ସଂଘର ସମ୍ପାଦକ ପ୍ରଦ୍ୟୁତ ମିଶ୍ର, ଉପସଭାପତି ସୌମେନ୍ଦ୍ର ପରିଛା, କୋଷାଧ୍ୟକ୍ଷ ଶିବ ଶଙ୍କର ପଟେଲ, ଭବାନୀ ପଟେଲ, ସଞ୍ଜିବ ମହାନ୍ତି, ଡମ୍ବରୁଧର ଆଚାର୍ଯ୍ୟ, ହିମାଂଶୁ ନାୟକ, ଟିକି ପଧାନ, ସଞ୍ଜିବ ସାହୁ, ସତ୍ୟ ପତି, ଶ୍ରୀଦେବ ମିଶ୍ର, ବୁଲୁ ବେହେରା, ବିକାଶ ହୋତା, ଟିକୁ ନନ୍ଦ, ସଞ୍ଜିବ ପଣ୍ଡା, ପାରିଶ ପଟେଲ, ଜୟନ୍ତ ସିଂହଦେଓ, ଲକ୍ଷ୍ମୀନାରାୟଣ ସାହୁ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ରହି ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ପ୍ରକାଶ ଯେ ଗତ ୨୦୧୬ ମସିହାରେ ଅର୍କେଶ ନାରାୟଣ ସିଂହଦେଓଙ୍କ ନେତୃତ୍ୱରେ ଏକ ଟିମ ତତ୍‌କାଳୀନ ପରିବହନ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀଙ୍କୁ ସାକ୍ଷାତ କରି ବଲାଙ୍ଗିରରେ ବସ ଟର୍ମିନାଲ ପାଇଁ ଦାବୀ କରାଯାଇଥିଲା । ପରେ ପରେ ତତ୍‌କାଳୀନ ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂହଦେଓ ଓ ତତ୍‌କାଳୀନ ଲୋକସଭା ସାଂସଦ କଳିକେଶ ନାରାୟଣ ସିଂହଦେଓ ବଲାଙ୍ଗିର ବସ ମାଲିକ ସଂଘ ଏବଂ ବଲାଙ୍ଗିର ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ୨୦୧୭ରେ ବସ ଟର୍ମିନାଲ କାର୍ଯ୍ୟ ଆରମ୍ଭ ହୋଇଛି ।

jittmm
Leave A Reply

Your email address will not be published.