ଶିକ୍ଷା ସଚେତନତା ରଥ ଓ ଆଲୋଚନା ଚକ୍ର

  • କ୍ଲଷ୍ଟର ସ୍ତରୀୟ ଆଲୋଚନା ଚକ୍ର

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଜି ନଅଗାଁ କ୍ଲଷ୍ଟର ଅନ୍ତର୍ଗତ ଶିକ୍ଷା ସଚେତନତା ରଥ ଓ କ୍ଲଷ୍ଟର ସ୍ତରୀୟ ଆଲୋଚନା ଚକ୍ର ସରକାରୀ ପ୍ରାଥମିକ ବିଦ୍ୟାଳୟ, ନଅଗାଁ- କ ଠାରେ ସଫଳତାର ସହିତ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କ୍ଲଷ୍ଟର ଅଧୀନସ୍ଥ ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ/ଶିକ୍ଷିକା ଓ ସମସ୍ତ ଶିକ୍ଷକ/ଶିକ୍ଷିକାମାନେ ଉପସ୍ଥିତ ଥିଲେ । ପିଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅନନ୍ତ ସାହୁଙ୍କ ସଭାପତିତ୍ୱରେ, ପ୍ରଧାନ ଶିକ୍ଷକ ମନୋଜ କୁମାର ବହିଦାର, ଭାରତ ପଧାନ ଓ ସି.ଆର୍.ସି.ସି. ଦେବାଶିଷ ସାହୁ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା ଶିକ୍ଷାର ଗୁଣବତ୍ତା ବୃଦ୍ଧି, ଛାତ୍ରଛାତ୍ରୀଙ୍କ ନିୟମିତ ଉପସ୍ଥାନ, ଶିକ୍ଷଣ ଫଳାଫଳ ଉନ୍ନତି ଏବଂ ବିଭିନ୍ନ ସରକାରୀ ଶିକ୍ଷା କାର୍ଯ୍ୟକ୍ରମ ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା । ଆଲୋଚନା ଚକ୍ରରେ ନିମ୍ନୋକ୍ତ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା :
୧. ଛାତ୍ରଛାତ୍ରୀଙ୍କ ନିୟମିତ ଉପସ୍ଥିତି ନିଶ୍ଚିତକରଣ
୨. ଶିକ୍ଷାର ଗୁଣବତ୍ତା ଓ ଶିକ୍ଷଣ ପ୍ରଣାଳୀର ସୁଧାର
୩. ନୂତନ ଶିକ୍ଷା ପଦ୍ଧତି (ଏନ୍‌ଇପି୨୦୨୦) ଓ ଟିଏଲ୍‌ଏମ୍‌ ବ୍ୟବହାର
୪. ସରକାରୀ ଯୋଜନାମାନଙ୍କ ସଠିକ୍ କାର୍ଯ୍ୟାନ୍ୱୟନ
୫. ବିଦ୍ୟାଳୟ ଭିତ୍ତିଭୂମି ଓ ପରିବେଶ ସୁଧାର
ଶିକ୍ଷା ସଚେତନତା ରଥ କ୍ଲଷ୍ଟରର ସମସ୍ତ ବିଦ୍ୟାଳୟ ବୁଲି ଗାଁ ଗାଁ ପରିକ୍ରମା କରାଯାଇଥିଲା । ଶିକ୍ଷା ସଚେତନତା ରଥ ମାଧ୍ୟମରେ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଶିକ୍ଷାର ଗୁରୁତ୍ୱ, ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟ ଉପସ୍ଥାନ ଏବଂ ସରକାରୀ ଶିକ୍ଷା ସୁବିଧା ସମ୍ବନ୍ଧରେ ସଚେତନତା ସୃଷ୍ଟି କରାଯାଇଥିଲା । ସମାପ୍ତିରେ, ସମସ୍ତ ଶିକ୍ଷକ/ଶିକ୍ଷିକାଙ୍କୁ ନିଜ ନିଜ ବିଦ୍ୟାଳୟରେ ଆଲୋଚିତ ବିଷୟବସ୍ତୁମାନଙ୍କୁ କାର୍ଯ୍ୟକ୍ଷମ କରିବାକୁ ଅନୁରୋଧ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ସୂଚାରୁ ଭାବେ ସମାପ୍ତ ହୋଇଥିଲା ।

Leave A Reply

Your email address will not be published.