ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର କଦମପଡାର ସରସ୍ୱତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିରରେ ଡ. ଭବାନୀ ଶଙ୍କର ପଟେଲଙ୍କ ସଭାପତିତ୍ୱରେ ପାଳନ କରାଯାଇଛି । ମୁଖ୍ୟ ଅତିଥି ରୂପେ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ଶିଶୁ ସାହିତ୍ୟ ଲେଖକ ଡ.ରମେଶ ପତ୍ରୀ ସମ୍ମାନୀତ ଅତିଥି ଭାବେ ବଲାଙ୍ଗିର ମହିଳା ମହାବିଦ୍ୟାଳୟର ସଂସ୍କୃତ ଅଧ୍ୟାପକ ଜିତ କୁମାର ପଣ୍ଡା ଯୋଗ ଦେଇଥିଲେ । ମଂଚାସିନ ଅନ୍ୟାନ୍ୟ ଅତିଥିଙ୍କ ମଧ୍ୟରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବଳିଷ୍ଠ ପ୍ରଧାନ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଅଙ୍କିରା ସାହୁ, ଅବସର ପ୍ରାପ୍ତ ସୈନିକ ଦିଲୀପ କୁମାର ପୁରୋହିତ, ପୂର୍ବତନ ଅର୍ଥନୀତି ଶିକ୍ଷୟିତ୍ରୀ ସରସ୍ୱତୀ ମିଶ୍ର, ଆଚାର୍ଯ୍ୟ କୁମଦିନୀ ପୃଷ୍ଟି ଓ ଋତୁପର୍ଣ୍ଣା ଦାଶ ଉପସ୍ଥିତ ଥିଲେ । ବିଦ୍ୟାଳୟର ପ୍ରଧାନଚାର୍ଯ୍ୟ ସନାତନ ମିଶ୍ର ଅତିଥି ପରିଚୟ କରିଥିବା ବେଳେ ଉଦ୍ଦେଶ୍ୟ ଜ୍ଞାପନ ଓ ସଂଯୋଜନା ନାଟ୍ୟକାର ବିଜୟ ତ୍ରିପାଠୀ ଓ ଗୁରୁମା ନିରୁପମା ପାଣିଗ୍ରାହୀ କରିଥିଲେ । ଏହି ଅବସରରେ ଲେଖକ ସ୍ୱର୍ଗତ ପ୍ରଦୀପ୍ତ ଦାଶଙ୍କ ରଚିତ ତଥା ଡ. ଭବାନୀ ଶଙ୍କର ପଟେଲଙ୍କ ଦ୍ୱାର ଅନୁବାଦିତ ପୁସ୍ତକ ବ୍ରଜ ବିହାରୀ ସାହିତ୍ୟ ଏକ ଅଧ୍ୟୟନ ଉନ୍ମୋଚନ ମୁଖ୍ୟ ଅତିଥିଙ୍କ ଦ୍ୱାରା ହୋଇଥିଲା । ମୁଖ୍ୟ ଅତିଥି ବ୍ରଜ ବିହାରୀଙ୍କ ସାହିତ୍ୟର ଆଲୋଚନା କରିଥିଲେ । ଅଧ୍ୟାପକ ଅଜିତ ପଣ୍ଡା ଆଜିର ବିଷୟ ଶୀତ ଋତୁ ଉପରେ ପୌରାଣିକ ଦୃଷ୍ଟିଭଙ୍ଗି ଆଲୋଚନା କରିଥିଲେ । ଏହାପରେ ୪୨ ଜଣ ଛାତ୍ରୀ ଓ ୩୨ଜଣ ଛାତ୍ର ନିଜ ନିଜର ସୁରଚିତ କବିତା ପଠନ କରିଥିଲେ । ପରେ ଗୁରୁମା ମୀନା ଦାଶ, ବନ୍ଦନା ପତି, ବିଦ୍ୟୁତ ଲତା କର, ମମତା ଭୋଇ, ସୀମା ସର୍ମିଷ୍ଟା ମିଶ୍ର ଓ ନିରୁପମା ପାଣିଗ୍ରାହୀ, ଗୁରୁଜୀ ମନୋଜ ପଟେ ଏବଂ ଶେଷରେ ପ୍ରଧାନାଚାର୍ଯ୍ୟ ସନାତନ ମିଶ୍ର ନିଜ ନିଜ କବିତା ଆବୃତ୍ତି କରିଥିଲେ । ଅତିଥିଙ୍କ ମଧ୍ୟରେ ବଳିଷ୍ଠ ପ୍ରଧାନ, ସରସ୍ୱତୀ ମିଶ୍ର, ରାମ କୁମାର ଶତପଥି ଓ ସଭାପତି ମହୋଦୟ କବିତା ଉପସ୍ଥାପନ କରିଥିଲେ । ଶେଷରେ ସମସ୍ତଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ତଥା ନାଟ୍ୟକାର ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କୁ ସମ୍ମାନୀତ କରାଯାଇଥିଲା । ଏହିପରି ଭାବରେ ପ୍ରଧାନାଚାର୍ଯ୍ୟଙ୍କୁ ଧନ୍ୟବାଦ ଅର୍ପଣ ସହ ସଂଚାଳନ ତଥା ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କବିତା ଆସର କାର୍ଯ୍ୟକ୍ରମଟି ସଫଳତା ସହ ସମ୍ପୂର୍ଣ୍ଣ ହୋଇଥିଲା ।
Prev Post