‘ନାରୀନିର୍ଯ୍ୟାତନା ଓ ସଶକ୍ତିକରଣ’ ଶୀର୍ଷକ ଆଲୋଚନାଚକ୍ର

  • “ସମାଜ ସଚେତନ ଓ ପ୍ରତିକ୍ରୀୟାଶୀଳ ହେଲେ ନାରୀନିର୍ଯ୍ୟାତନା କମିବ”

ବଲାଙ୍ଗିର, (କେପିଏନ୍‌ଏସ୍‌) : ଯୁଗେ ଯୁଗେ ପୁରୁଷକେନ୍ଦ୍ରୀକ ସମାଜରେ ନାରୀମାନଙ୍କୁ ଦୁର୍ବଳା, ଅବଳା ଇତ୍ୟାଦି କହି ଅବହେଳା କରାଯାଇ ଆସିଛି । ନାରୀ ସମାଜ ସୃଷ୍ଟିର ମୂଳ ଆଧାର ଓ ପରିବାର ଗଠନରେ ସଂପୂର୍ଣ୍ଣ ସମର୍ପିର୍ତ କିନ୍ତୁ ତାକୁ ନିର୍ଯ୍ୟାତନା ସହିବାକୁ ପଡେ । ଆଜି ନାରୀମାନେ ଶିକ୍ଷିତ ଓ ସ୍ୱାବଲମ୍ବି ହେଲେଣି ତଥାପି ନିର୍ଯ୍ୟାତନାର କାହାଣୀ ସରୁନାହିଁ । ଦିନକୁ ଦିନ ସମାଜରେ କଳୁଷିତ ନାରୀ ଦୁଷ୍କର୍ମ, ନିର୍ଯ୍ୟତନା ହତ୍ୟା ଭଳି ଘଟଣା ଘଟୁଛି । ତେଣୁୁ କେବଳ ଶିକ୍ଷିତ ହେଲେ ନୁହେଁ ସମାଜ ସଚେତନ ଓ ପ୍ରତିକ୍ରୀୟାଶୀଲ ହେଲେ ନାରୀନିର୍ଯ୍ୟାତନା କମିବ ବୋଲି ଆଜି ସ୍ୱର୍ଗତ ସାମ୍ବାଦିକ ସତ୍ୟନାରାୟଣ ବେହେରାଙ୍କ ୮୬ତମ ଜୟନ୍ତୀ ପାଳନ ଅବସରରେ ସତ୍ୟନାରାୟଣ ସ୍ମୃତିକମିଟି ପକ୍ଷରୁ ନାରୀନିର୍ଯ୍ୟାତନା ଓ ସଶକ୍ତିକରଣ ଶୀର୍ଷକ ଆଲୋଚନାଚକ୍ରରେ ଅତିଥିଗଣ ମତବ୍ୟକ୍ତ କରିଛନ୍ତି । ସ୍ମୃତିକମିଟିର ସଭାପତି ପ୍ରଦୀପ୍ତ କୁମାର ମିଶ୍ରଙ୍କ ସଭାପତିତ୍ୱ ଓ ସଂପାଦକ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ମୁଖ୍ୟଅତିଥି ଭାବରେ ସାହିତ୍ୟିକ, କବି ତଥା ଦକ୍ଷପ୍ରଶାସକ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ.ନୃପରାଜ ସାହୁ, ସମ୍ମାନୀତ ଅତିଥି ଭାବରେ ବଲାଙ୍ଗିର ପୌରାଧ୍ୟକ୍ଷଅ ଲିକା ସାହୁ, ଅତିଥି ବକ୍ତା ଭାବରେ ଓଟିଭି ଚେନାଲର ନ୍ୟୁଜଏଙ୍କର ସାମ୍ବାଦିକା ରାଜଶ୍ରୀ ସାହୁ ଓ ଅର୍ଗସ ନ୍ୟୁଜଚେନାଲର ଏଙ୍କର ସାମ୍ବାଦିକା ନିଳିମା ପ୍ରୀୟଦର୍ଶିନୀ ଯୋଗଦେଇଥିଲେ । ମୁଖ୍ୟଅତିଥି ଡ.ସାହୁ ତାଙ୍କ ବକ୍ତବ୍ୟରେ କହିଲେ ଯେ, କେବଳ ଆଇନ ନାରୀନିର୍ଯ୍ୟାତନାକୁ ରୋକିପାରିବ ନାହିଁ । ସମାଜର ସବୁବର୍ଗର ଲୋକଙ୍କ ମାନସିକତାରେ ପରିବର୍ତ୍ତନ ହୋଇ ଏଭଳୀ କଳୁଷିତ କାର୍ଯ୍ୟକୁ ପ୍ରତିବାଦ କଲେ ନାରୀନିର୍ଯ୍ୟାତନାର ମାତ୍ରା କମିବ । ସମାଜ ନିଷ୍କ୍ରିୟ ହେଲେ କଳଙ୍କିତ ନିର୍ଯ୍ୟାତିତ ସମାସ୍ୟା ବଢେ । ଅନେକଗୁଡିଏ ଜୀବନ୍ତ ଉଦାହରଣ ଦେଇ ଆମ ସମାଜ କିଭଳି ସବୁ ଅପକର୍ମକୁ ଆଖିବୁଜିଦେଇଛି ତାହାର ଅବତାରଣ କରିଥିଲେ । ତେଣୁ ସଚେତନତା ଓ ପ୍ରତିକ୍ରୀୟାଶୀଳ ହୋଇ ପ୍ରତିବାଦ କଲେ ନାରୀନିର୍ଯ୍ୟାତନାକୁ କମାଇ ହେବ ବୋଲି ମୁଖ୍ୟଅତିଥି ଡ.ସାହୁ କହିଥିଲେ । ପୌରାଧ୍ୟକ୍ଷା ଶ୍ରୀମତୀ ସାହୁ ତାଙ୍କ ବକ୍ତବ୍ୟରେ ଆଜି ନାରୀମାନେ ବିଭିନ୍ନ କ୍ଷେତ୍ରରେ କିଭଲି ଶିକ୍ଷିତ ଓ ସଚେତନଶୀଳ ହୋଇ ନିଜର ପରାକାଷ୍ଠା ଦେଖାଉଛନ୍ତି ସେଉପରେ ବର୍ଣ୍ଣନା କରିଥିଲେ ।ନାରୀଶିକ୍ଷା ବଢୁଛି ଓ ସମାଜରେ ନାରୀମାନଙ୍କ ଭୂମୀକା ବଢି ସଶକ୍ତ ହେଉଛନ୍ତି ବୋଲି ସେ ମତବ୍ୟକ୍ତ କରିଥିଲେ । ଅତିଥିବକ୍ତା ରାଜଶ୍ରୀ ସାହୁ ତାଙ୍କ ବକ୍ତବ୍ୟରେ ନାରୀମାନେ ଆଉ ବେଚାରୀ ହୋଇ ବଞ୍ଚିବାକୁ ଚାହୁଁନାହିଁନ୍ତି ବରଂ ବିଚାରବ୍ୟକ୍ତ କରୁଛନ୍ତି ବୋଲି କହିଥିଲେ । ମହିଳାମାନେ ନିଜେ ନିଜକୁ ସଶକ୍ତ କରୁଛନ୍ତି ଓ ସମାଜରେ ପ୍ରତିଷ୍ଠିତ ହୋଇପାରୁଛନ୍ତି । ସେମାନଙ୍କୁ ପରିବାରର ବିଶ୍ୱାସ ଓ ସାମାଜର କେବଳ ସହାୟତାର ହାତର ଆବଶ୍ୟକତା ରହିଛି ବୋଲି କହିଥିଲେ । ଠିକ ସେହିପରି ନିଳିମା ପ୍ରୀୟଦର୍ଶୀନୀ ତାଙ୍କ ବକ୍ତବ୍ୟରେ ଆତ୍ମବିଶ୍ୱାସ ହିଁ ନାରୀକୁ ସଫଳତା ଦେଇପାରିବ । କାହାର ଚାପ,ବାହାରଲୋକଙ୍କ ଆଲୋଚନାକୁ ନେଇ ନିଜକୁ ସଙ୍କୁଚିତ କରିବା ନାହିଁ ।୦ ବରଂ ଏକ ଉଦାର ହୃଦୟରେ ନିଜର କର୍ତ୍ତବ୍ୟ କରିଚାଲିବା । ନିଜେ ନିଜର ସୀମାସରହଦ ଭିତରେ ରହି ସମାଜିକ ବ୍ୟବସ୍ଥାକୁ ମୁକାବିଲା କରିବା ଓ କେବେବି ହାରମାନିବାର ମାନସିକତା ରଖିବା ନାହିଁ ବୋଲି ଆହ୍ୱାନ ଦେଇଥିଲେ । ସ୍ମୃତିକମିଟିର ସଭ୍ୟ ବରିଷ୍ଠ ସାମ୍ବାଦିକ ଓଟିଭିର ପଶ୍ଚିମଓଡିଶା ବ୍ୟୁରୋଚିଫ ମନୋରଂଜନ ଯୋଷୀ ତାଙ୍କ ବକ୍ତବ୍ୟରେ ନାରୀମାନେ ଚରିତ୍ରବାନ ଓ ସଚେତନଶୀଳ ହେଲେ ନାରୀନିର୍ଯ୍ୟାତନାକୁ ରୋକାଯାଇ ପାରିବ ବୋଲି କହିଥିଲେ । ରାମାୟଣରେ ସୀତାଙ୍କ ଚରିତ୍ର ଯେଭଳି ମହାପ୍ରତାପୀ ରାବଣକୁ ସମ୍ମୋହିତ କରିବାରୁ ପ୍ରତିରୋଧ କରିପାରିଥିଲା ମହିଳାମାନେ ନିଜକୁ ସେଭଳି ଚରିତ୍ରବାନ କରି ଗଠନ କରିବାକୁ ଆହ୍ୱାନ ଦେଇଥିଲେ । ଏହା ସହିତ କେତେକ ଆଦିବାସୀ ସମାଜରେ ଯେଭଳି ପୁରୁଷମାନେ ତାଙ୍କ ପତ୍ନୀଙ୍କୁ ସୁରକ୍ଷାଦେବାକୁ ଯତ୍ନବାନ ହୋଇଥାନ୍ତି ଆଜିର ସମାଜ ସେଭଳି ହେବାକୁ ମତଦେଇଥିଲେ । ଏହି ଅବସରରେ ଡ.ନୃପରାଜ ସାହୁଙ୍କୁ ମାନପତ୍ର ଓ ଉପଢୌକନ ଦେଇ “ସତ୍ୟନାରାୟଣ ବେହେରା ସ୍ମୃତିସମ୍ମାନ” ପ୍ରଦାନ କରାଯାଇଥିଲା । ଶେଷରେ ସାମ୍ବାଦିକ ବିଭୁକଲ୍ୟାଣ ଗଡତ୍ୟା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାଂର୍ଯ୍ୟକ୍ରମରେ ବଲାଙ୍ଗିର ନାଗରିକ କମିଟିର ସଭାପତି ଡ.ଶ୍ରୀକର ମିଶ୍ର,ଲେଖିକା ଡ.ମଞ୍ଜୁବାଳା ପଣ୍ଡା,ସାମ୍ବାଦିକ ସୁଭାଷଚନ୍ଦ୍ର ପଣ୍ଡା,ସାମ୍ବାଦିକ ସଂଘର ସଭାପତି ଶିବପ୍ରସାଦ ପରିଡା,ପୂର୍ବତନ ସଭାପତି ଦିଲିପ ପୁରୋହିତ, ହରୀନାରାୟଣ ପୂଝାରୀ, ଶରତ ମିଶ୍ର, ଆନନ୍ଦ ସାହୁ, ସନ୍ଦିପ କୁଅଁର, ତରୁଣ ସାହୁ, ଦୀପକ ପୁରୋହିତ, ଶରତ ମହାକୁର, ସୁନିଳ ମହାନ୍ତି, ଯୁଧିଷ୍ଠୀର ମେହେର, ଗୁପ୍ତେଶ୍ୱର ପୃଷ୍ଟି, କ୍ରୀଡାସଂସଦର କୃଷ୍ଣଚନ୍ଦ୍ର ପଣ୍ଡା, ସୁଧିର ପଣ୍ଡା, ପଦ୍ମଲୋଚନା ଆଚାର୍ଯ୍ୟ, କବି ଭାଗିରଥି ମିଶ୍ର, ସନାତନ ଠାକୁର, ଶଶିଭୁଷଣ ତ୍ରୀପାଠୀ, ହିମାନୀ ତ୍ରୀପାଠୀ, ରଶ୍ମିତା ପାତ୍ର, ସ୍ୱର୍ଗତ ବେହେରାଙ୍କ ପୁଅ ସୁଧାକର ବେହେରା, ସୁନିଳ ବେହେରାଙ୍କ ସମେତ ଶତାଧିକ ପୁରୁଷ ଓ ମହିଳା ଯୋଗଦେଇଥିଲେ ।

jittmm
Leave A Reply

Your email address will not be published.