jayashree

ଆଇ.ଆର୍.ଇ.ଏଲ୍. କର୍ତ୍ତୃପକ୍ଷଙ୍କ ସହ ତ୍ରିପାକ୍ଷିକ ଆଲୋଚନା ସ୍ଥଗିତ

  • ୨୧ରେ ପୁଣି ବୈଠକ ବସି ଫୈସଲା ହେବ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆଇ.ଆର୍.ଇ.ଏଲ୍. (ଇଣ୍ଡିଆ) କର୍ତ୍ତୃପକ୍ଷଙ୍କ ସହ ଗଞ୍ଜାମ ଜିଲ୍ଲାପ୍ରଶାସନ, ପୋଲିସ ପ୍ରଶାସନ ଏବଂ ଆର୍ଜିପଲ୍ଲୀ ଗ୍ରାମପଞ୍ଚାୟତ ବାସୀଙ୍କ ତରଫରୁ ନେତ୍ତୃବର୍ଗ, ପ୍ରତିନିଧିମଣ୍ଡଳୀଙ୍କ ମଧ୍ୟରେ ତ୍ରିପାକ୍ଷିକ ଆଲୋଚନା ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା । ଦୀର୍ଘ ସମୟଧରି ଆଲୋଚନା ହୋଇଥିଲା । ସନ୍ଧ୍ୟା ୫ଟାରୁ ରାତ୍ରୀ ୮ଟା ୩୦ ମିନଟ୍‌ ପର୍ଯ୍ୟନ୍ତ ଆଲୋଚନା ହୋଇ ମଧ୍ୟ ଆଇ.ଆର୍.ଇ.ଏଲ୍. କର୍ତ୍ତୃପକ୍ଷ ରାଜି ହୋଇନଥିଲେ । ପରେ ପ୍ରଶାସନ କର୍ତ୍ତୃପକ୍ଷ ତଥା ଛତ୍ରପୁର ସବ-କଲେକ୍ଟର ଏହି ନିଷ୍ପତ୍ତିକୁ ଆଗାମୀ ୨୧ ତାରିଖ ଦିନ ଧାର୍ଯ୍ୟ କରିଛନ୍ତି । ସେହି ଦିନ ଆଲୋଚନାରେ ମୁଖ୍ୟପ୍ରସଙ୍ଗ ସହ ଅଞ୍ଚଳବାସୀଙ୍କ ଦାବୀ ଉପରେ ଶେଷ ନିଷ୍ପତ୍ତି ନିଆଯିବ ବୋଲି ଛତ୍ରପୁର ସବ-କଲେକ୍ଟର କହିଛନ୍ତି । ସୂଚନା ଯୋଗ୍ୟ ଯେ’ ଆର୍ଜିପଲ୍ଲୀ ଗ୍ରାମ ପଞ୍ଚାୟତବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ସ୍ଥାନୀୟ ଯୁବକଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ପ୍ରଦାନ କରିବା, ୫ବର୍ଷ ଧରି ନିଯୁକ୍ତି ପାଇଥିବା ଲୋକଙ୍କୁ ଛଟେଇ କରାଯାଇଥିବା ୨୪ ଜଣଙ୍କୁ ପୁନଃ ଚାକିରି ଦେବା, ଅଞ୍ଚଳବାସୀଙ୍କୁ ପାନୀୟଜଳ ଯୋଗାଣ, ପରିମଳ ବ୍ୟବସ୍ଥା, ଶିକ୍ଷା, ସ୍ଵାସ୍ଥ୍ୟ, ଆଲୋକ ଓ ସୋନ୍ଦର୍ଯ୍ରକରଣ, ମହିଳାମାନଙ୍କୁ ସଶକ୍ତି କରଣ ଆଦି କରାଇବା ଦାବୀରେ ଆଇ.ଆର୍.ଇ.ଏଲ୍. କର୍ତ୍ତୃପକ୍ଷ ଅରାଜି ହୋଇଥିଲେ । କୌଣସି ସର୍ତ୍ତକୁ ଗ୍ରହଣ କରିନଥିଲେ, କିନ୍ତୁ ଆସନ୍ତା ୨୧ରେ ପୁଣି ବୈଠକ ବସି ଫୈସଲା ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଥିଲା । ପରେ ତ୍ରିପାକ୍ଷିକ ଆଲୋଚନା ସ୍ଥଗିତ କରାଗଲା ବୋଲି କୁହାଯାଏ ।

Leave A Reply

Your email address will not be published.