oom

ପଶ୍ଚିମ ଓଡିଶା ଓଏସ୍ଇଏଫ୍‌ଡ଼ି ଶାଖା ପକ୍ଷରୁ ସ୍ଥାୟୀ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ଗଣଶିକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା

jsmm

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଆଜି ପଶ୍ଚିମ ଓଡିଶା ଓଏସ୍ଇଏଫ୍‌ଡ଼ି ଶାଖା ପକ୍ଷରୁ କଳାହାଣ୍ଡି ଜିଲ୍ଲା ସଭାପତି ଅନନ୍ତ ନାୟକଙ୍କ ନେତୃତ୍ୱରେ ଉପ ସଭାପତି ଅଶ୍ୱିନ ଛତ୍ରିଆ, ସମ୍ପାଦକ ଅନନ୍ତ ଛତ୍ରିଆ, ସହ ସମ୍ପାଦକ ଅରକ୍ଷିତ କଣ୍ଟା, ପଶ୍ଚିମ ଓଡିଶା ଆଇଟି ସେଲ ସଂଯୋଜକ କ୍ଷୀରମୋହନ ପଟେଲ, କୋଷାଧ୍ୟକ୍ଷ ଶୁଭମ୍ ଭୋଇ, ରୋହିତ କୁମାର ନାଏକ, ଯଦୁମଣି ସୁନାନୀ, ବିଶ୍ୱଜିତ୍ ବିଶ୍ଵାଳ ପ୍ରମୁଖ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସହ ସାକ୍ଷାତ କରି ସାଧାରଣ ବିଦ୍ୟାଳୟରେ ସ୍ଥାୟୀ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ଆଲୋଚନା କରାଯାଇଥିଲା । ଏହି ଆଲୋଚନା ସକରାତ୍ମକ ରହିଛି ଏବଂ ମନ୍ତ୍ରୀ ମହୋଦୟ ଏହା ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟକାରୀ କରିବା ପାଇଁ ସଂଘର କର୍ମକର୍ତ୍ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ସଂଘ ପକ୍ଷରୁ ଦର୍ଶାଯାଇଛି ଯେ, ଓଡ଼ିଶାରେ ୬୫୦୦୦ ସାଧାରଣ ବିଦ୍ୟାଳୟରେ ୨୦୨୧-୨୦୨୨ର ୟୁଡ଼ାଇଜ୍‌‌ ତଥ୍ୟ ଅନୁସାରେ ୧,୪୬,୨୬୪ ଜଣ ଭିନ୍ନକ୍ଷମ ବିଦ୍ୟାର୍ଥୀମାନେ ପଢୁଛନ୍ତି । ଏମାନଙ୍କୁ‌ ଶିକ୍ଷା ଦାନ ପାଇଁ ସ୍ଥାୟୀ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ଆଜି ପର୍ଯ୍ୟନ୍ତ କରାଯାଇନାହିଁ । ଏହି ନିଯୁକ୍ତି ନିମନ୍ତେ ପି. ଡବ୍ଲୁ. ଡ଼ି ଆକ୍ଟ ୧୯୯୫, ଆର୍‌. ପି. ଡବ୍ଲୁ. ଡ଼ି ଆକ୍ଟ ୨୦୧୬ ଏବଂ ଆର୍‌. ଟି. ଇ  ଆକ୍ଟ ୨୦୦୯ ରହିଛି ତତସହିତ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ‌ ୨୦୨୧ ମସିହା ଅକ୍ଟୋବର ୨୮ ତାରିଖ ଡବ୍ଲୁ.ପି (ସି) ୧୩୨ ଅଫ୍ ୨୦୧୬ ରହିଛି । ଏହା ଉପରେ ଗୁରୁତ୍ୱ ଦେଇ ଖୁବଶୀଘ୍ର ସ୍ଥାୟୀ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତିର ବିଜ୍ଞାପନ ବାହାର କରିବା ନିମନ୍ତେ ମାନନୀୟ ଗଣଶିକ୍ଷା ମନ୍ତ୍ରୀଙ୍କୁ ଅନୁରୋଧ କରାଯାଉଛି । ଏହି ନିଯୁକ୍ତି ମିଳିଲେ ଓଡ଼ିଶାର ସମସ୍ତ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନେ ଉତ୍ତମ ଶିକ୍ଷା ପାଇ ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହେବା ସହ ୮୦୦୦ରୁ ଅଧିକ ଆଶାୟୀ ସ୍ୱତନ୍ତ୍ର ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ଉପକୃତ ହୋଇପାରିବେ ।

jittmm
Leave A Reply

Your email address will not be published.