oom

ଅଘୋଷିତ ବିଜୁଳି କାଟ ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କଲେ ପୌର ପରିଷଦ ଅଧ୍ୟକ୍ଷା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୀର୍ଘ ଦିନ ଧରି ବଲାଙ୍ଗିର ସହରରେ ଅସମ୍ଭାଳ ଅଘୋଷିତ ବିଜୁଳି କାଟ ସମସ୍ୟା ଲାଗି ରହିଥିବା ବେଳେ ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ହନ୍ତସନ୍ତ ହେଉଛନ୍ତି ସହରବାସୀ । ୪୭ ଡିଗ୍ରୀ ଖରାର ତାତି ଅସହ୍ୟ ହେଉଥିବା ବେଳେ ଘର ଭିତରେ ରହି ଟିକିଏ ପଙ୍ଖା, କୁଲର୍‌ କି ଏସି ପବନ ଖାଇବାକୁ ଇଚ୍ଛା କରୁଥିବା ମଣିଷକୁ ଏବେ ଦାଉ ସାଧୁଛି ଘନ ଘନ ବିଦ୍ୟୁତ କାଟ । ଏଥିଯୋଗୁଁ ହାଉସିଂ ବୋର୍ଡ ଚେୟାର୍‌ମେନ୍‌ କଳିକେଶ ନାରାୟଣ ସିଂହଦେଓଙ୍କ ପରାମର୍ଶ କ୍ରମେ ବଲାଙ୍ଗିର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଟାଟା ପାୱାର ଅଧିକ୍ଷଣ ଯନ୍ତ୍ରୀ ଅସିତ କୁମାର ପଣ୍ଡାଙ୍କୁ ସାକ୍ଷାତ କରି ଅଘୋଷିତ ଘନ ଘନ ବିଜୁଳି କାଟ ସମସ୍ୟାକୁ ନେଇ ଆଲୋଚନା କରିଛନ୍ତି । ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ ଲିକା ସାହୁ ଦାବୀ ଜଣାଇଛନ୍ତି । ଅନ୍ୟପକ୍ଷରେ ସମସ୍ୟାର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ବିଦ୍ୟୁତ ବିଭାଗ ଅଧିକାରୀ ପ୍ରତିଶ୍ର୍ରୁତି ଦେଇଛନ୍ତି । ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସାହୁଙ୍କ ସହ ପୌର ଉପାଧ୍ୟକ୍ଷା, କାଉନ୍‌ସିଲର୍‌ ସମୂହ ଓ ବିଜେଡ଼ି କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.