oom

ଏନଏସି.ଦ୍ୱାରା ନିର୍ମିତ ମାଇକ୍ରୋ କମ୍ପୋଷ୍ଟ ସେଂଟର ଅଲିଆରୁ ପରିବେଶ ଦୂଷିତ : ୧୦ ଏକର ସରକାରୀ ଜମି ଜବର ଦଖଲ ଯୋଗୁଁ ଅଧା ପନ୍ତରିଆ ହୋଇପଡିଛି ଯୋଜନା

jsmm

କଂଟାବାଂଜି, (ମନୀଶ କୁମାର ହଂସ) : କଂଟାବାଂଜି ଏନଏସି.ଦ୍ୱାରା ବିର୍ଣ୍ଣା ରୋଡ ପାର୍କ ନିକଟରେ ଏକ ମାଇକ୍ରୋ କମ୍ପୋଷ୍ଟ ସେଂଟର ନିର୍ମାଣ କରାଯାଇଛି । ଏହି ସେଂଟରରେ ସହରର ସମସ୍ତ ପ୍ରକାର ଅଳିଆ ଆବର୍ଜନା ଆଣି ତାର ବିଶୋଧନ କରି ସାର ଏବଂ ଅନ୍ୟାନ୍ୟ ଜିନିଷ ନିର୍ମାଣ କରିବା ପାଇଁ ୟୁନିଟ ବସା ଯାଇଛି । ନିର୍ମାଣ ହେବା ଦିନଠାରୁ ସହରର ସମସ୍ତ ଅଳିଆ ଆବର୍ଜନାକୁ ସେଂଟରରେ ବ୍ୟବହାର ନ କରି ସେଂଟର ର ବାହାରେ ଫିଙ୍ଗି ଦିଆଯାଉଛି ଯଦ୍ୱାରା ଉକ୍ତ ପରିସରରେ ବସ ବାସ କରୁଥିବା ଲୋକେ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ରହୁଛନ୍ତି । ଏପରିକି ସାଧାରଣ ପବନ ବହିଲେ ମଧ୍ୟ ଅନାବନା ପଡିଥିବା ମଇଳା ବସ୍ତି ବାସିନ୍ଧାଙ୍କ ଘରମୁହାଁ ହେଉଛି ଏବଂ ଦୁର୍ଗନ୍ଧ ହେଉଥିବାରୁ ପଡାବାସୀଙ୍କ ପାଇଁ ଅସହ୍ୟ ହୋଇପଡିଛି । ମାଇକ୍ରୋ କମ୍ପୋଷ୍ଟ ସେଂଟରକୁ ଲାଗି ଏକ ୱେଲ୍‌ଥ ସେଂଟର ନିର୍ମାଣ କରାଯାଇ ସମସ୍ତ ମଇଳା ବାଉଣ୍ଡରୀ ଭିତରେ ସଂରକ୍ଷିତ ରଖିବାର ବ୍ୟବସ୍ଥା ଥିବା ବେଳେ ନିର୍ମାଣ ହେବାର ବର୍ଷାଧିକ ସମୟ ଚାଲି ଯାଇଥିଲେ ସୁଦ୍ଧା ବାଉଣ୍ଡରୀ ନିର୍ମାଣ ହୋଇ ପାରିନାହିଁ ଯଦ୍ୱାରା ମଇଳା ଗୁଡିକ ବସ୍ତିବାସିନ୍ଧା ଆଡକୁ ପବନ ହେଲେ ଉଡି ଆସୁଛି । ଏ ବାବଦରେ ପଡାବାସୀ ଏନ.ଏ.ସି. କର୍ତ୍ତୃପକ୍ଷଙ୍କୁ ଜଣାଇ ଆସୁଥିଲେ ସୁଦ୍ଧା ତାର କୌଣସି ପ୍ରତିକାର କରାଯାଉ ନାହିଁ ବୋଲି ଅଭିଯୋଗ କରିଛନ୍ତି । ସେହିପରି ମାଇକ୍ରୋ କମ୍ପୋଷ୍ଟ ସେଂଟର ପରିସରରେ ଥିବା ୧୦ ଏକର ପରିମିତ ଜମିରେ ଏନ.ଏ.ସି.ର କୋଟି କୋଟି ଟଙ୍କା ବ୍ୟୟରେ ଟାଉନ ହଲ, ଷ୍ଟାଡିୟମ, ଅନ୍ୱେଷା ହୋଷ୍ଟେଲ ସହ ଅନେକ ପ୍ରକଳ୍ପ ନିର୍ମାଣ ପାଇଁ ଅନୁଦାନ ଆସି ଅଧା ପନ୍ତରିଆ ନିର୍ମାଣ ହୋଇସାରିଛି । କିନ୍ତୁ ଉକ୍ତ ଜମିରେ କେତେକ ପ୍ରଭବାଶାଳୀ ବ୍ୟକ୍ତିମାନେ ଜବର ଦଖଲକରି ମାଡିବସି ଥିବାରୁ ଉକ୍ତ ପ୍ରକଳ୍ପ ଗୁଡିକ ଗତ ୪ମାସ ହେଲା ନିର୍ମାଣ କାମ ବନ୍ଦ ହୋଇ ପଡି ରହିଛି । ମାଇକ୍ରୋ କମ୍ପୋଷ୍ଟ ସେଂଟରର ଅଳିଆ ଆବର୍ଜନାକୁ ବାଉଣ୍ଡରୀ ନିର୍ମାଣ କରି ସୁରକ୍ଷିତ ରଖିବା ଏବଂ ୧୦ ଏକର ଜମି ଜବର ଦଖଲରୁ ଏନ.ଏ.ସି.ର ଉନ୍ନୟନ କାମ ବନ୍ଦ ରହିଥିବା କାର୍ଯ୍ୟ କେବେ ତ୍ୱରାନ୍ୱିତ ହେବ ବୋଲି ଏନ.ଏ.ସି.ର ଜଣେ ବରିଷ୍ଠ ଅଧିକାରୀଙ୍କୁ ପଚାରିବାରୁ ଏହା ପ୍ରତି ପଦକ୍ଷେପ ନେଇ ଯଥା ଶୀଘ୍ର ଜବର ଦଖଲ ଉଚ୍ଛେଦ କରାଯିବ ଏବଂ ସେଂଟର ଚାରିପଟେ ବାଉଣ୍ଡରୀ ଦିଆଯିବ ବୋଲି କହିଛନ୍ତି ।

jittmm
Leave A Reply

Your email address will not be published.