oom

ଗଜଲକ୍ଷ୍ମୀ ପୂଜାର ସନ୍ଧ୍ୟା ଆରତୀରେ ଯୋଗଦେଲେ ବିଧାୟକ, ଜିଲ୍ଲାପାଳ ଏବଂ ଏସ୍‌ପି

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଲୱେର ବସଷ୍ଟାଣ୍ଡ ନିକଟସ୍ଥ ଲକ୍ଷ୍ମୀବଜାର କମ୍ପ୍ଲେକ୍ସରେ ଦୀର୍ଘ ୨୩ ବର୍ଷ ଧରି ଗଜଲକ୍ଷ୍ମୀ ପୂଜା ପାର୍ବଣ ଆୟୋଜନ ହୋଇଆସୁଅଛି । ପାର୍ବଣର ଷଷ୍ଠ ଦିବସ ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ଜଗମୋହନ ମୀନା, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ନଗର ବିଜେଡ଼ି ସଭାପତି ରାଜିବାବୁ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଏବଂ ଶହସ୍ରାଧିକ ମହିଳା ଭକ୍ତ ଯୋଗଦେଇ ଶୁଭ ଗୁରୁବାରରେ ଗଜଧାରଣ ମହାଲକ୍ଷ୍ମୀଙ୍କ ସନ୍ଧ୍ୟା ଆରତୀ ଦର୍ଶନ କରି ବିଭୂକୃପା ଲାଭ କରିଥିଲେ । ଯଜ୍ଞାନୁଷ୍ଠାନ ଓ ଷୋଡଶ ଉପଚାରରେ ପ୍ରଚଳିତ ବିଧାନର ପୂଜାସମ୍ଭାରରେ ଅତିଥିଗଣ ଯୋଗଦେଇ ଦୀପ-ପ୍ରଜ୍ଵଳନ କରିଥିଲେ ଏବଂ ସମବେତ ଭକ୍ତଙ୍କ ସମାଗମକୁ ନେଇ ଅତିଥି ଗଣ ଲକ୍ଷ୍ମୀବଜାର ପୂଜା କମିଟି ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦ୍ୟକ୍ତାଙ୍କ ଭୂୟସୀ ପ୍ରଶଂସା କରିଥିଲେ ।

jittmm
Leave A Reply

Your email address will not be published.