oom

ବଲାଙ୍ଗିର ଦିନ୍‌ ପାଇଁ ସିଲିକନ ଭ୍ୟାଲିରେ ରକ୍ତଦାନ ଶିବିର

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଦିନ୍‌ ପାଇଁ ବଲାଙ୍ଗିର ସହର ସ୍ଥିତ ସାଲେପାଲିର ସିଲିକନ୍‌ ଭ୍ୟାଲିଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସିଲିକନ୍‌ ଭ୍ୟାଲି ସୋସାଇଟିର ସଭାପତି ମିଥୁନ ପଟ୍ଟନାୟକ ଓ ସଂପାଦକ ବିନୟ କୁମାର ଅଗ୍ରୱାଲାଙ୍କ ତତ୍ୱାବଧାନ କାର୍ଯ୍ୟକ୍ରମରେ ବଲାଙ୍ଗିର ମ୍ୟୁନିସିପାଲିଟି ଚେୟାରମେନ ଲିକା ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ନଭେମ୍ବର ୧ ତାରିଖ ବଲାଙ୍ଗିର ଦିନ୍‌ ପାଳନ ଉପଲକ୍ଷେ ହୋଇଥିବା ସମସ୍ତ ରକ୍ତଦାତାମାନଙ୍କୁ ସାଧୁବାଦ ଜଣାଇବା ସହ ମହତ କାର୍ଯ୍ୟରେ ଯୋଗ ଦେଇଥିବା ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଥିଲେ । ବଲାଙ୍ଗିର ଦିନ୍‌ର ଚେୟାରମେନ ଗୋପାଳଜୀ ପାଣିଗ୍ରାହୀ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ରକ୍ତଦାନ ଶିବିରରେ ୬୦ ଜଣ ସ୍ୱେଚ୍ଛାକୃତ ରକ୍ତଦାନ କରିଥିଲେ । ରକ୍ତଦାନ ଶିବିରରେ ସିଲିକନ ଭ୍ୟାଲିର ଅନ୍ତବାସୀ ତଥା ଅନ୍ୟମାନେ ରକ୍ତଦାନ କରିଥିଲେ । ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲର ରକ୍ତକେନ୍ଦ୍ରର କର୍ମଚାରୀ ରକ୍ତ ସଂଗ୍ରହ କରିଥିଲେ । ସିଲିକନ ଭ୍ୟାଲି ସୋସାଇଟିର କାର୍ଯ୍ୟକାରୀ ସଭ୍ୟ ଅଚ୍ୟୁତ ପୁରୋହିତ, ଦେବାଶିଷ ଦାସ, ରାଜେଶ୍ୱର ପଟ୍ଟନାୟକ, ରବିନ୍ଦ୍ର ସାହୁ, ସୁଧା ଦେବୀ, ରେଡକ୍ରସ କର୍ମୀ ରବିଚନ୍ଦ୍ର ପଶାୟତ, ବନମାଳୀ ମେହେର, ନିରଞ୍ଜନ ବିଶ୍ୱାଲ, ଦୁର୍ଯ୍ୟୋଧନ ପଶାୟତ, ଧୁବଲ ନାଏକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଶେଷରେ ରେଡକ୍ରସ କର୍ମୀ ରାମନାରାୟଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.