jayashree

ଗତ ୨୪ ଘଂଟାରେ ୯୫୪୧ ନୂଆ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ୧୩୪୨

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୯୫୪୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୯୫,୨୬୬ରେ ରହିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୩୪୩ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୪୧୯୮ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୫୬୨, ବାଲେଶ୍ୱରରୁ ୩୦୨, ବରଗଡ଼ରୁ ୨୮୪, ଭଦ୍ରକରୁ ୪୬୪, ବଲାଙ୍ଗିରରୁ ୧୦୧, ବୌଦ୍ଧରୁ ୧୭୭, କଟକରୁ ୭୧୬, ଦେବଗଡ଼ରୁ ୬୧, ଢେ଼ଙ୍କାନାଳରୁ ୧୧୭, ଗଜପତିରୁ ୬୯, ଗଂଜାମରୁ ୧୫୦, ଜଗତସିଂହପୁରରୁ ୨୯୯, ଯାଜପୁରରୁ ୪୮୯, ଝାରସୁଗୁଡ଼ାରୁ ୧୪୦, କଳାହାଣ୍ଡିରୁ ୩୧୫, କନ୍ଧମାଳରୁ ୧୦୭, କେନ୍ଦ୍ରାପଡ଼ାରୁ ୧୧୪, କେଉଁଝରରୁ ୧୭୭, ଖୋର୍ଦ୍ଧାରୁ ୧୩୪୨, କୋରାପୁଟରୁ ୨୧୫, ମାଲକାନଗିରିରୁ ୧୨୩, ମୟୁରଭଂଜରୁ ୬୯୫, ନବରଂଗପୁରରୁ ୨୫୪, ନୟାଗଡ଼ରୁ ୨୩୦, ନୂଆପଡ଼ାରୁ ୫୦, ପୁରୀରୁ ୫୨୮, ରାୟଗଡ଼ାରୁ ୧୬୪, ସମ୍ବଲପୁରରୁ ୨୨୯, ସୋନପୁରରୁ ୨୪୫, ସୁନ୍ଦରଗଡ଼ରୁ ୫୯୫ ଓ ଷ୍ଟେଟ ପୁଲ୍‌ରୁ ୨୨୭ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.