ବଢିବାରେ ଲାଗିଛି ବଲାଙ୍ଗିର ସହରରେ ଅପରାଧ : ଯୁବକ ସଂଘବଦ୍ଧ ଆକ୍ରମଣର ଶିକାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି । ବେଆଇନ କଫସିରପ୍ କାରବାର୍ ସଂପର୍କରେ ପୋଲିସର ଇନଫର୍ମର୍ ସାଜିଥିବା ଅଭିଯୋଗରେ ସଂଘବଦ୍ଧ ଆକ୍ରମଣର ଶିକାର ହୋଇଥିବା ଯୁବକ ଗୁରୁତର ଅବସ୍‌ସ୍ଥାରେ ଚିକିତ୍‌ତ୍ସାଧୀନ ଥିବା କୁହାଯାଇଛି । ଗୁରୁତର ଯୁବକ ହେଲେ ବଲାଙ୍ଗିର ସହର ରୁଗୁଡିପଡାର ଅମିତ ନନ୍ଦ । କଫସିରପ୍ କାରବାର ସଂପର୍କରେ ପୋଲିସକୁ ସୂଚନା ଦେଉଥିବା ଅଭିଯୋଗ କରି ସାନ ନେଗୀ, ପ୍ରଶାନ୍ତ ଖେତୀ ସମେତ ଚାରିରୁ ପାଞ୍ଚ ଜଣ ମିଶି ଗତକାଲି ସଂଧ୍ୟାରେ କନ୍ଧପାଲିପଡା ଠାରେ ଅମିତକୁ ମରଣାନ୍ତକ ଆକ୍ରମଣ କରିଥିବା ନେଇ ଟାଉନଥାନାରେ ଅଭିଯୋଗ ହୋଇଛି । ଏପରିକି କନ୍ଧପାଲିପଡାରେ ପ୍ରବଳ ମାଡ ମାରିବା ପରେ ସେଠାରୁ ତାଙ୍କୁ ଅପହରଣ କରି ଫାସଡ୍‌କୁ ନେଇ ସେଠାରେ ମଧ୍ୟ ମାଡ ମାରିଥିବା ଅମିତ ଅଭିଯୋଗ କରିଛନ୍ତି । ଟାଉନ ପୋଲିସ ଏକ ମାମଲା ରୁଜ୍ଜୁ କରି ଗୁରୁତର ଅମିତକୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରିଛି । ଆକ୍ରମଣ ଯୋଗୁଁ ଅମିତଙ୍କ ପିଠି ଓ ମୁହଁରେ ଗଭୀର ଖ୍ୟତ ସୃଷ୍ଟି ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ କିଛି ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖିଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.