oom

ଟେମରୀ ଗ୍ରାମରେ ସହିଦ ଦିବସ ପାଳିତ : ଗନ୍ଧମାର୍ଦ୍ଦନ ନେତା ତଥା ସରପଞ୍ଚ ସୁଶୀଳ ଗୁରୁଙ୍କ ଉପରେ ଆକ୍ରମଣକୁ ନିନ୍ଦା

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଦ୍ଵାରା ପାଇକମାଲ ବ୍ଳକ ଅନ୍ତର୍ଗତ ଟେମରୀ ଗ୍ରାମଠାରେ ସହିଦ ଦିବସ ପାଳିତ କରାଯାଇଛି । ଗନ୍ଧମାର୍ଦ୍ଦନ ଆନ୍ଦୋଳନର ଦୁଇଜଣ କର୍ମୀ ଟେମରୀ ଗ୍ରାମର ମାଧବ ସିଂ ଠାକୁର ଓ ରମେଶ ସାହୁଙ୍କୁ ଡିସେମ୍ବର ୨୭ ତାରିଖ ୨୦୧୦ ମସିହାରେ ପୋଲିସ ମାଓବାଦୀ ଦର୍ଶାଇ ମିଥ୍ୟା ଏନ୍‌କାଉଣ୍ଟର୍‌ କରି ଗନ୍ଧମାର୍ଦ୍ଦନ ପାହାଡ଼ ତଳେ ଗୁଳି ମାରି ହତ୍ୟା କରିଥିଲା । ସେ ସମୟରେ ଏହାର ପ୍ରତିବାଦ କରି ଯୁବ ପରିଷଦ ବ୍ୟାପକ ଆନ୍ଦୋଳନ ମଧ୍ୟ କରିଥିଲା । ଗନ୍ଧମାର୍ଦ୍ଦନ ପରିଷଦ ଦୁଇଜଣଙ୍କୁ ସହିଦ ମାନ୍ୟତା ଦେଇ ତାଙ୍କ ସ୍କୃତି ଉଦ୍ଦେଶ୍ୟରେ ଟେମରୀ ଗ୍ରାମଠାରେ ୨୦୧୧ ମସିହାରେ ଏକ ସହିଦ ସ୍ମୃତି ସ୍ତମ୍ଭ ନିର୍ମାଣ କରିଥିଲେ । ଯାହାକୁ ଦେଶ ସ୍ଵାଧୀନତା ଆନ୍ଦୋଳନର ଅନନ୍ୟ ଯୋଦ୍ଧା ସହିଦ ଭଗତ ସିଂହଙ୍କ ଭଣଜା ଜଗମୋହନ ସିଂଙ୍କ ଦ୍ଵାରା ଉଦ୍‌ଘାଟିତ ହୋଇଥିଲା । ସେହି ଦିନଠାରୁ ପ୍ରତିବର୍ଷ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଏଠାରେ ସହିଦ ଦିବସ ପାଳନ କରିଆସୁଛି । ଗତକାଲି ପରିଷଦର ଆବାହକ ଦୁର୍ଯ୍ୟୋଧନ ପୁଟ୍ଟାଙ୍କ ଆହ୍ୱାନରେ ଅନୁଷ୍ଠିତ ସହିଦ ଦିବସରେ ଗନ୍ଧମାର୍ଦ୍ଦନ ଆନ୍ଦୋଳନର ନେତା ତଥା ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ପୂର୍ବତନ ଆବାହକ ସୁରେଶ ପ୍ରଧାନ, ଧିରେନ ମହାନ୍ତି, ରାହାସ ବିହାର ସାହୁ, ସରପଞ୍ଚ ଦିଲ୍ଲୀପ ବେହେରା, ଧବଲେଶ୍ଵର ବରିହା, ଚୂଡାମଣି ପାଣିଗ୍ରାହୀ, ଅମୃତ ସିଂ ଠାକୁର, ବଳରାମ ବନଛୋର, ଶରତ ଠାକୁର, ମଙ୍ଗଳୁ ମଲ୍ଲିକ, ପ୍ରସନ୍ନ ପାଣିଗ୍ରାହୀ, ମନୋଜ ଯୋଗ ଦେଇଥିଲେ । ଏହି ଗୁଳିକାଣ୍ଡ ଘଟଣା ରାଷ୍ଟ୍ରୀୟ ମାନବ ଅଧିକାର କମିଶନ ନୂଆଦିଲ୍ଲୀ ବିଚାର କରି ପିଡିତ ପରିବାରକୁ କ୍ଷତି ପୂରଣ ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ରାଜ୍ୟ ସରକାର ତାକୁ ସ୍ଥଗିତ ରଖିବାକୁ ଆବେଦନ କରିବା ଦୁର୍ଭାଗ୍ୟ ଜନକ ବୋଲି ପରିଷଦର ଆବାହକ ଶ୍ରୀ ପୁଟ୍ଟା ମତବ୍ୟକ୍ତ କରିଛନ୍ତି । ଏତଦ୍‌ ବ୍ୟତୀତ ହରିଶଙ୍କର ମନ୍ଦିରରେ ଗନ୍ଧମାର୍ଦ୍ଦନ ନେତା ତଥା ସରପଞ୍ଚ ଶ୍ରୀ ସୁଶୀଳ ଗୁରୁଙ୍କ ଉପରେ ହୋଇଥବା ଆକ୍ରମଣକୁ ପରିଷଦ ନିନ୍ଦା କରିଛି ।

jittmm
Leave A Reply

Your email address will not be published.