ଛତୁଆ ଓ ଅଣ୍ଡାକୁ କେନ୍ଦ୍ର କରି ଅଙ୍ଗନୱାଡି କର୍ମୀଙ୍କ ଭାଇଙ୍କ ଦବଙ୍ଗଗିରି : ଗର୍ଭବତୀ ମହିଳାଙ୍କ ସ୍ୱାମୀଙ୍କୁ ମାରାଣାନ୍ତକ ଆକ୍ରମଣ ଅଭିଯୋଗ, ଥାନାରେ ମାମଲା ରୁଜୁ
ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକରେ ବିପର୍ଯ୍ୟସ୍ଥ ହୋଇପଡିଛି ସମନ୍ୱିତ ଶିଶୁ ବିକାଶ ଯୋଜନା । ଏହି ଅଞ୍ଚଳ ଏକ ଦାଦନ ପ୍ରବଣ ଏବଂ ଆଦିବାସୀ ଅଧ୍ୟୁଷିତ ହେତୁ ଲୋକେ ପେଟ ପାଟଣା ପାଇଁ ଲଢେଇ କରୁଥିବା ବେଳେ ସମନ୍ୱିତ ଶିଶୁ ବିକାଶ ଯୋଜନା କାମ କରୁନଥିବା ଦେଖିବାକୁ ମିଳୁଛି । ଦାୟିତ୍ୱରେ ଥିବା ହିତାଧିକାରୀ ଓ ଗାଁମାନଙ୍କରେ ନିଯୁକ୍ତ ଥିବା ଅଙ୍ଗନବାଡ଼ି କର୍ମୀମାନଙ୍କର ଖାମଖିଆଲି ମନୋଭାବ ଯୋଗୁଁ ହିତାଧିକାରୀ ନିଜର ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି । ଏପରି କି ଗାଁମାନଙ୍କୁ ଆସୁଥିବା ଗର୍ଭବତୀ, କୋମଳମତୀ ଶିଶୁଙ୍କ ପୁଷ୍ଟିକର ଖାଦ୍ୟ ଛତୁଆ, ଅଣ୍ଡାରୁ ମଧ୍ୟ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି । ସୂଚନା ଅନୁସାରେ ଜଣେ ୫ ମାସର ଗର୍ଭବତୀଙ୍କୁ ଅଙ୍ଗନବାଡ଼ିରୁ ସହାୟତା ନମିଳିବାରୁ ଗର୍ଭବତୀଙ୍କ ସ୍ଵାମୀ ବିଭାଗୀୟ ଅଧିକାରିଣୀଙ୍କ ପାଖରେ ଅଭିଯୋଗ କରିଥିବାରୁ ଏହାକୁ ନେଇ ଅଙ୍ଗନବାଡ଼ି କର୍ମୀଙ୍କ ଭାଇ ଜଣେ ଗର୍ଭବତୀଙ୍କ ସ୍ୱାମୀଙ୍କୁ ମାଡ ମାରିଥିବା ନେଇ ଗର୍ଭବତୀଙ୍କ ସ୍ୱାମୀ ଅଙ୍ଗନବାଡ଼ି କର୍ମୀଙ୍କ ଭାଇ ନାମରେ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି । ଅଭିଯୋଗ ଅନୁସାରେ ଖପ୍ରାଖୋଲ ଥାନା ମାଟିଆଭଟା ଗାଁର ରେମଶ ସେଠ ନିଜ ମଟର ସାଇକେଲ ଯୋଗେ ଗତ ତା୧୨ ଜୁଲାଇ ଦିନ ସନ୍ଧ୍ୟା ୫ ଟା ସମୟରେ ଧଣ୍ଡାମୁଣ୍ଡାରୁ ନିଜ ଗାଁ ଫେରୁଥିବା ବେଳେ କଲେଜ ଛକ ନିକଟରେ ନିଜ ଗାଁର ଅଙ୍ଗନୱାଡି କର୍ମୀଙ୍କ ଭାଇ ସୁନିଲ ନନ୍ଦ ଅଟକାଇ ରମେଶଙ୍କୁ ସର୍ବ ସମ୍ମୁଖରେ ମାଡ଼ ମାରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଜୀବନରେ ମାରିଦେବା ଧମକ ଦେଇଥିବା ରେମଶ ଖପ୍ରାଖୋଲ ଥାନାରେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି । ତାଙ୍କ ଗାଁର କେତେଜଣ ଉଦ୍ଧାର କରିଥିବା ମଧ୍ୟ ସେ ଲିଖିତ ଦର୍ଶାଇଛନ୍ତି । ବର୍ତ୍ତମାନ ରମେଶଙ୍କ ସ୍ତ୍ରୀ ୫ ମାସର ଗର୍ଭବତୀ ଥିବାରୁ ଏବଂ ୫ ମାସ ବିତିଯାଇଥିଲେ ମଧ୍ୟ ଛତୁଆ ଓ ଅଣ୍ଡା ନମିଳିବାରୁ ଅଙ୍ଗନୱାଡି କର୍ମୀଙ୍କୁ ଛତୁଆ ଓ ଅଣ୍ଡା ଦେବା ପାଇଁ ରମେଶ କହିଥଲେ ହେଲେ କର୍ମୀଙ୍କ ଭାଇ ସୁନୀଳ ରାଗରେ ମୋର ଭଉଣୀଙ୍କ ନାମରେ ଛତୁଆ ଗୁଣ୍ଡ ଓ ଅଣ୍ଡା ପାଇଁ ଅଭିଯୋଗ କରିଥିଲୁ ବୋଲି ମାଡ଼ ମାରିଥିବା ରମେଶ ଦର୍ଶାଇଛନ୍ତି । ଖପ୍ରାଖୋଲ ଥାନାରେ କେସ୍ ନଂ ୮୪ /୨୨ ଆଇପିସି ୧୮୬୦ ଅଧିନିୟମ ସେକସନ ଦଫା, ୩୪୧, ୨୯୪, ୩୨୩, ୫୦୭ରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ କରୁଥିବା ଜଣାପଡିଛି ।