lika

ପରକୀୟା ପ୍ରୀତି ସନ୍ଦେହରେ ଶାଶୁ ଓ ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ : ସ୍ୱାମୀ ଗିରଫ

gbag

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ତେଲସରାଇ ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ କାଣ୍ଡ । ପରକୀୟା ପ୍ରୀତି ସନ୍ଦେହରେ ଶାଶୁ ଓ ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ କରି ସ୍ୱାମୀ ଗିରଫ । ଘଟଣାନୁଯାଇ ତେଳସରାଇ ଗ୍ରାମର ନିଲୁ ଅଦା ପ୍ରାୟ ୫ ବର୍ଷ ତଳେ ନିଜ ଗାଁର ସାଗରିକା ବାଗଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠି ବିବାହ ହୋଇ ବହୁ ହସଖୁସିରେ ଚଳୁଥିଲେ । ହେଲେ ପରେ ପରେ ସ୍ୱାମୀ ନିଲୁ ନିଜ ସ୍ତ୍ରୀ ଉପରେ ପରକୀୟା ପ୍ରୀତି ସନ୍ଦେହ କରି ବିଭିନ୍ନ ସମୟରେ ମଦ ପିଇ ଘରକୁ ଆସି ମାରପିଟ୍ କରୁଥିବା ଅଭିଯୋଗ ହୋଇଥିବାବେଳେ ସ୍ତ୍ରୀ ସାଗରିକା ମଧ୍ୟ ସ୍ୱାମୀର ଏପରି କାରୁକାର୍ଯ୍ୟ ଯୋଗୁଁ ନିଜ ସ୍ୱାମୀ ଉପରେ ପରକ୍ରିୟା ପ୍ରୀତି ସନ୍ଦେହ କରୁଥିଲେ । ପରେ ଘଟଣା ସିନ୍ଧେକେଲା ଥାନାକୁ ପହଞ୍ଚିଥିଲା । ସିନ୍ଧେକେଲା ପୋଲିସ ବୁଝାସୁଝା କରି ଶେଷରେ ଏକ ମାମଲା ରୁଜୁ କରି ଦୁଇ ସ୍ୱାମୀ, ସ୍ତ୍ରୀଙ୍କୁ ନୋଟିସ୍‌ ଦେଇ ଛାଡ଼ି ଦେଇଥିଲା । ତେବେ ସ୍ତ୍ରୀ ତା ବାପଘର ସିନ୍ଧେକେଲା ନୂଆବଜାର ନିକଟ ଘରେ ଥିବାବେଳେ ସ୍ୱାମୀ ତା ନିଜ ଗାଁ ତେଲସରାଇରେ ଥିଲା । ହେଲେ ସକାଳୁ ସକାଳୁ ଶାଶୁ ଘରକୁ ଆସି ନିଜ ସ୍ତ୍ରୀ ଓ ଶାଶୁଙ୍କୁ ମାରଣାସ୍ତ୍ର ଯୋଗେ ଅତର୍କିତ ଆକ୍ରମଣ କରିଥିଲା । ଫଳରେ ଶାଶୁ ଓ ସ୍ତ୍ରୀ ସିନ୍ଧେକେଲା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେବାପରେ ଭବାନୀପାଟଣାରେ ଚିକିତ୍ସିତ ହେଉଥିବା ଖବର ମିଳିଛି ।

babaa
Leave A Reply

Your email address will not be published.