ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ : ଯୁବକ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ଘଟଣାରେ ଜଣେ ଯୁବକ ଗୁରୁତର ହୋଇ ପଡ଼ିଥିବା ଜଣାପଡ଼ିଛି । ବଲାଙ୍ଗିର ସଦର ଥାନା ଅଧୀନସ୍ଥ ଖୁଜେନ୍‌ପାଲିରେ ଗତକାଲି ସଂଧ୍ୟାରେ ଘଟିଛି ଏଭଳି ଏକ ଘଟଣା । ସୂଚନା ଅନୁସାରେ ଜଗଦୀଶ ବଗର୍ତ୍ତି(୪୦) ଗାଁର ପାନଦୋକାନକୁ ଯାଇ ଫେରୁଥିବା ସମୟରେ ପୂର୍ବ ଶତ୍ରୁତାକୁ ନେଇ ଗୁଦୁଲୁ ଦୀପ ତାଙ୍କ ଠେଙ୍ଗାରେ ଆକ୍ରମଣ କରିଥିଲେ । ଫଳରେ ମୁଣ୍ଡରେ ଆଘାତ ଲାଗି ଗୁରୁତର ହୋଇପଡ଼ିଥିଲେ ଜଗଦୀଶ । ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌ର ସର୍ଜରୀ ୱାର୍ଡରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ତେବେ ଏହି ଘଟଣା ସଂପର୍କରେ ବଲାଙ୍ଗିର ସଦର ଥାନାରେ ଅଭିଯୋଗ କରାଯାଇଥିବା ଜଗଦୀଶଙ୍କ ପରିବାରବର୍ଗ କହିଛନ୍ତି ।

Leave A Reply

Your email address will not be published.