om academy

ବଲାଙ୍ଗିର ରେଳଷ୍ଟେସନ୍‌ ରାସ୍ତାର ଇନ୍ଦ୍ରପସ୍ତ ହୋଟେଲ୍‌ ନିକଟରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପରିସରରେ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣର ତାତି ଏବେ ବି ସହରରେ ରହିଥିବା ବେଳେ ପୁଣି ଘଟିଛି ଏକ ଜଘନ୍ୟ କାଣ୍ଡ । ବଲାଙ୍ଗିର ରେଳଷ୍ଟେସନ୍‌ ରାସ୍ତାର ଇନ୍ଦ୍ରପସ୍ତ ହୋଟେଲ ନିକଟରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ସଂଘବଦ୍ଧ ଆକ୍ରମଣ କରାଯାଇଛି । ଆକ୍ରମଣର ଶୀକାର ହୋଇଥିବା ଯୁବକ ଜଣକ ସ୍ଥାନୀୟ ପେଲେସ୍‌ ଲାଇନ୍‌ର ପ୍ରେମପ୍ରକାଶ ନାଏକ ବୋଲି ଜଣାପଡ଼ିଛି । ସେ ଇନ୍ଦ୍ରପସ୍ତ ହୋଟେଲ ନିକଟରେ ଏକ ପାନଦୋକାନ କରି ଜୀବକା ଅର୍ଜନ କରୁଥିବା ସୂଚନା ମିଳିଛି । ଆଜି ଅପରାହ୍ନରେ କିଛି ଦୁର୍ବୃତ୍ତ ଆକସ୍ମିକ ଭାବେ ତାଙ୍କୁ ବିଭିନ୍ନ ପ୍ରକାର ମାରଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରିଥିବା ବେଳେ ସେ ଲହୁଲୁହାଣ ହୋଇ ପଡ଼ିଛନ୍ତି । ତେବେ ସୂଚନା ପାଇ ଟାଉନ ପୋଲିସ ଘଟଣାସ୍ଥଳରେ ପହଂଚି ପ୍ରେମପ୍ରକାଶଙ୍କୁ ଉଦ୍ଧାର କରିବା ସହ ତୁରନ୍ତ ଚିକିତ୍ସା ପାଇଁ ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌କୁ ପଠାଇଥିବା ଜଣାପଡ଼ିଛି । ଆକ୍ରମଣର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.