ଅଜଣା ଦୁର୍ବୃତ୍ତଙ୍କ ଆକ୍ରମଣରେ ଯୁବକ ମୃତ, ହତ୍ୟାର କାରଣ ଅସ୍ପଷ୍ଟ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ ବାଲିବଣ ଆଦର୍ଶ ବିଦ୍ୟାଳୟ ନିକଟରେ ଅଜଣା ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଯୁବକ ଜଣଙ୍କ ହେଲେ ତାଳସର ପଂଚାୟତର ଭାବିନିପୁର ଗ୍ରାମର ନାରାୟଣ ଗୌଡ଼ଙ୍କ ପୁଅ ପଙ୍କଜ ଗୌଡ଼ । ଶୁକ୍ରବାର ଅପରାହ୍ନରେ କେତେଜଣ ଦୁର୍ବୃତ୍ତ ଆଦର୍ଶ ବିଦ୍ୟାଳୟ ନିକଟରେ ଥିବା ରାଗପୁର କୋଠଘର ନିକଟରେ ପଙ୍କଜକୁ ଆକ୍ରମଣ କରି ଚମ୍ପଟ ମାରିଥିଲେ । ଖବର ପାଇ ବେଗୁନିଆପଡା ପୋଲିସ ଘଟଣାସ୍ଥଳରେ ପହଂଚି ପଙ୍କଜଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆକ୍ରମଣର କାରଣ ଜଣା ପଡ଼ିନି । ପୋଲିସର ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.