ସାମାଜିକ ବୈଠକରେ ମାରଣାନ୍ତକ ଆକ୍ରମଣ : ଚାରି ଅଭିଯୁକ୍ତଙ୍କୁ କୋଟ ଚାଲାଣ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ଥାନାରେ ଗତ ଜୁନ୍‌ ୫ ତାରିଖ ସ୍ୱାମୀ ସ୍ତ୍ରୀର ଏକ ସାମାଜିକ ବୈଠକରେ ଗଣ୍ତଗୋଳ ହୋଇଥିବା ବେଳେ ସ୍ୱାମୀ ପକ୍ଷର ଲୋକଙ୍କୁ ମାରଣାନ୍ତକ ଆକ୍ରମଣ ହୋଇଥିବା ବେଳେ ଏନେଇ ସିନାପାଲି ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ସିନାପାଲି ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ କରି ଗତକାଲି ୪ ଜଣ ଅଭିଯୁକ୍ତଙ୍କୁ କୋଟ୍ ଚାଲାଣ କରିଥିବା ଜଣାପଡିଛି । ଅଭିଯୁକ୍ତମାନେ ହେଲେ ଗଡରାମାଲ ଗ୍ରାମର ବ୍ରଜମୋହନ ସା(୪୪), କମଲ ସା(୫୪), ରୁପଧର ସା(୪୯) ଓ ସୁଦାମ ସା(୨୪) ବୋଲି ଜଣାପଡିଛି । ସୂଚନା ଅନୁସାରେ ସିନାପାଲି ବ୍ଲକ ଅନ୍ତର୍ଗତ ଗଡରାମାଲ ଗ୍ରାମର ସାହୁ ସମାଜର ଝିଅକୁ ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ ବୁଢୀପଦର ଗ୍ରାମର ଜଣେ ବ୍ୟକ୍ତି ଗତ ୨୦୨୦ ମସିହାରେ ବିବାହ କରିଥିଲେ । ହେଲେ କୌଣସି କାରଣରୁ ସ୍ୱାମୀ ସ୍ତ୍ରୀଙ୍କ ବଚସା ହେବା ପରେ ଗତ ଜୁନ୍‌ ମାସରେ ସାହୁ ସମାଜର ଏକ ବୈଠକ ଗଡରାମାଲ ଗ୍ରାମଠାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସମାଜର ବରିଷ୍ଠ ଲୋକ ଉପସ୍ଥିତ ରହି ଉଭୟଙ୍କୁ ବୁଝାଉଥିବା ବେଳେ ହଠାତ୍ ଝିଅ ପକ୍ଷର କିଛି ଲୋକ ପୁଅ ପକ୍ଷ ଲୋକଙ୍କୁ ଆକ୍ରମଣ କରିଥିଲେ । ସେହି ଆକ୍ରମଣରେ ୨ଜଣ ଲୋକ ଗୁରୁତର ହୋଇଥିବା ବେଳେ ଉକ୍ତ ବିଷୟରେ ବୁଢୀପଦର ଗ୍ରାମର ଡିଙ୍ଗର ସା ସିନାପାଲି ଥାନାରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ପରେ ସିନାପାଲି ଥାନାରେ କେସ୍ ନମ୍ୱର ୧୪୦/୨୨ ଏକ ମାମଲା ରୁଜୁ କରି ତଦନ୍ତ ଚଲାଇଥିବା ବେଳେ ଗତକାଲି ୪ ଜଣ ଅଭିଯୁକ୍ତଙ୍କୁ କୋଟ୍ ଚାଲାଣ କରିଥିବା ଖଡିଆଳ ଏସଡିପିଓ ସନ୍ତକ ଜୈନ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.