ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଚନ୍ଦନଭାଟି ପଞ୍ଚାୟତ ଅନ୍ତର୍ଗତ ସାଲେପାଲି ଗ୍ରାମର ଟିକେ‌ଶ୍ୱର ଧରୁଆ ନାମକ ୬୦ ବର୍ଷର ଜଣେ ବୃଦ୍ଧ‌ଙ୍କୁ ଭାଲୁ ଆକ୍ରମଣ କରିଛି । ଗତକାଲି ସନ୍ଧ୍ୟାରେ ଶୌଚ ପାଇଁ ଯାଉଥିବା ବେଳେ ପଛପଟୁ ଭାଲୁ ଆସି ତାଙ୍କ ପିଠି ଏବଂ ମୁହଁ, ମୁଣ୍ଡରେ ଗଭୀର କ୍ଷତ କରି ଦେଇଛି । ଟିକେ‌ଶ୍ୱର ଚିତ୍କାର କରିବା ପରେ ଗାଁ ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ କି, ସେ ଅତି ଗରିବ ପରିବାରର ହୋଇଥିବାରୁ ତାଙ୍କୁ ସରକାର କିଛି ସାହାଯ୍ୟ କରିବାକୁ ଗ୍ରାମବାସୀ ଅନୁରୋଧ କରୁଛନ୍ତି ।

Leave A Reply

Your email address will not be published.