oum

ଜମିବାଡ଼ି ବିବାଦକୁ ନେଇ କଟୁରୀରେ ଆକ୍ରମଣ : ୨ ଗୁରୁତର, କଟକ ବଡ଼ ମେଡିକାଲ ସ୍ଥାନାନ୍ତର

jsm

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅନ୍ତର୍ଗତ କଦେଳିଵାରୀ ଗ୍ରାମରେ ଜମିବାଡ଼ି ବିବାଦକୁ ନେଇ କଟୁରୀରେ ଆକ୍ରମଣ । ସୂଚନା ଅନୁସାରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ସାବିତ୍ରୀ ସ୍ୱାଇଁ ଓ ତାଙ୍କ ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ସହ ପୁତୁରା ବିଜୟ ସ୍ୱାଇଁର ଝଗଡ଼ା ଲାଗିଥିଲା । ଏହାପରେ ବିଜୟ ଏକ କଟୁରୀ ସାହାଯ୍ୟରେ ମରଣାତ୍ମକ ଆକ୍ରମଣ କରିଥିଲା । ଫଳରେ ସାବିତ୍ରୀ ଓ ତାଙ୍କ ସ୍ୱାମୀ ଗୁରୁତର ଆହାତ ହୋଇଥିଲେ । ଖବର ପାଇ ଘଟଣା ସ୍ଥଳରେ ସାବିତ୍ରୀଙ୍କ ସାନ ପୁଅ ପହଞ୍ଚି ବାପା ଏବଂ ମା’ଙ୍କୁ ଉଦ୍ଧାର କରି ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ୧୦୮ ଆମ୍ବୁଲାନ୍ସ ଯୋଗେ ଆଣିଥିଲେ । ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ନ ଆସିବାରୁ ତାଙ୍କୁ ଡାକ୍ତର କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି । ଏ ନେଇ ଏରସମା ପୁଲିସକୁ ଖବର ଦିଆଯାଇ ଥିଲେ ମଧ୍ୟ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ନଥିବାର ଅଭିଯୋଗ ହୋଇଛି ।

Leave A Reply

Your email address will not be published.