ପତ୍ନୀ ଓ ଶାଶୁଙ୍କୁ ଆକ୍ରମଣ କରି ଜେଲ ଗଲା ଅଭିଯୁକ୍ତ

ବଙ୍ଗୋମୁଣ୍ଡା, (ମନିଷ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଜୁରାବନ୍ଧ ପଞ୍ଚାୟତ ତାଳଚକେଲ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ନିଜ ପତ୍ନୀ ଏବଂ ଶାଶୁଙ୍କୁ ଆକ୍ରମଣ କରି ଜେଲ ଗଲା ଅଭିଯୁକ୍ତ । ସୂଚନା ଅନୁସାରେ ପାରିବାରିକ କଳହ ଯୋଗୁଁ ସ୍ତ୍ରୀ ଓ ଶାଶୁଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତିକରି ପୋଲିସ ଅଭିଯୁକ୍ତକୁ ଗିରଫ କରିଥବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଗତ କିଛି ଦିନ ହେବ ପାରିବାରିକ କଳହ ଯୋଗୁଁ ଘରେ ଅଶାନ୍ତି ବାତାବରଣ ଲାଗି ରହିଥିଲା । ତେବେ ଗତକାଲି ଅଭିଯୁକ୍ତ ଅଶ୍ୱିନୀ ଆସି କୌଣସି କାରଣରୁ ସ୍ତ୍ରୀ ଓ ଶାଶୁଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲେ । ସ୍ଥାନୀୟ ଲୋକେ ଏହା ଜାଣିବା ପରେ ଉଭୟଙ୍କୁ ଉଦ୍ଧାର କରି ମେଡିକାଲ ରେ ଭତ୍ତି କରିଥିଲେ । ତେବେ ଶାଶୁ ସାମାନ୍ୟ ଆହତ ହୋଇଥିବା ବେଳେ ସ୍ତ୍ରୀଙ୍କ ଅବସ୍ଥା ଗୁରୁତର ଥିବାରୁ ଭୀମଭୋଇ ମେଡିକାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.