କୁମ୍ଭୀର ଆକ୍ରମଣରେ ଜଣେ ମୃତ

ରାଜକନିକା : କୁମ୍ଭୀର ଆକ୍ରମଣରେ ପୁଣି ଜଣଙ୍କର ଜୀବନ ଗଲା । ଏଭଳି ଘଟଣା ଘଟିଛି, କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ କାଟଣା ବଣିଆ ପଞ୍ଚାୟତର ସିଙ୍ଗିଡ଼ି ଗାଁ ସନାତନ ସାମଲ (୪୮) । ନିଜ ସମ୍ପର୍କୀୟଙ୍କ ଶବ ଦାହ ସାରି ଗାଁ ନିକଟରେ ଖରସ୍ରୋତା ନଦୀକୁ ଲାଗି ଥିବା ସିଙ୍ଗିଡ଼ି ଜୋରକୁ ଗତକାଲି ସନ୍ଧ୍ୟା ସମୟରେ ଗାଧୋଇବାକୁ ଯାଇଥିଲେ । ହେଲେ ସେ ଆଉ ଘରକୁ ଫେରି ନଥିଲେ । ଘର ଲୋକମାନେ ବହୁ ଖୋଜାଖୋଜି ପରେ ବି ପାଇ ନଥିଲେ । ଆଜି ସକାଳେ ସେହି ଜୋରରେ ସନାତନଙ୍କ ମୃତଦେହ ଭାସୁଥିବାର ଲୋକମାନେ ଦେଖିଥିଲେ । ତାଙ୍କ ଶରୀରର ଅଧା ଅଂଶ କୁମ୍ଭୀର ଖାଇ ଦେଇଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.