ରୁଦ୍ର ଧରୁଆଙ୍କ ଅକାଳ ମୃତ୍ୟୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପୁରେନା ଗ୍ରାମ ପଞ୍ଚାୟତର ଗମ୍ଭାରିଡିହି ଗାଁର ରୁଦ୍ର ଧରୁଆ (୩୦)ଙ୍କ ଅକାଳ ମୃତ୍ୟୁ ଘଟିଛି । ରୁଦ୍ର ଆର.ଏମ୍. ସି ତଥା ଉପ-ଜିଲ୍ଲାପାଳ କାର୍ଯ୍ୟାଳୟରେ କାର୍ଯ୍ୟ କରି ଆସୁଥିଲେ । ହଠାତ୍ ଗତକାଲି ରବିବାର ଦିନ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା । ଚିକିତ୍ସିତ ହେଉଥିବା ସମୟରେ ମୃତ୍ୟୁ ଘଟିଥିଲା । ଏହି ଖବର ଶୁଣି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା । ସେ ଜଣେ ମେଳାପି, ସରଳ କର୍ତ୍ତବ୍ୟ ନିଷ୍ଠ ବ୍ୟକ୍ତି ଥିଲେ ।

Leave A Reply

Your email address will not be published.