ls

ଆଗଲପୁର ବ୍ଲକରେ ଅଯୋଧ୍ୟାରୁ ଆସିଥିବା ଅକ୍ଷତ ବଣ୍ଟନ

sb

ଆଗଲପୁର, (ସୁଶିଲ କୁମାର ମିଶ୍ର) : ଅଯୋଧ୍ୟାରୁ ଆସିଥିବା ଶ୍ରୀରାମ ମନ୍ଦିରର ନିମନ୍ତ୍ରଣ ଅକ୍ଷତ ଓ ଫଟୋ ବ୍ଲକର ସମସ୍ତ ୨୦ଟି ପଞ୍ଚାୟତକୁ ବଣ୍ଟନ କରାଯାଇଛି । ଏହି ଅବସରରେ ଆଗଲପୁର ଶ୍ରୀ ରଘୁନାଥ ମନ୍ଦିରରେ ପ୍ରଥମେ ପୂଜା ସହ ଏକ ହୋମଯଜ୍ଞ କରିଥିଲେ ମନ୍ଦିରର ପୂଜାରୀ ରାଜୀବ ଲୋଚନ ପଣ୍ଡା । ତତ୍ପରେ ଶ୍ରୀରାମ ଜନ୍ମଭୂମି ମନ୍ଦିର ବ୍ଲକ ସଂଯୋଜକ ଜୟନ୍ତ କୁମାର ସିଂଦେଓ ସମସ୍ତଙ୍କୁ ସ୍ଵାଗତ କରିଥିଲେ । ଆଗାମୀ ଯୋଜନା ବିଷୟରେ କାର୍ଯ୍ୟକ୍ରମର ଆଗଲପୁର ବ୍ଲକ ପାଳକ ଯୋଗୀନ୍ଦ୍ର ଦାଶ ବିଶଦ୍ ବିବରଣୀ ପ୍ରଦାନ କରିଥିଲେ । ତତ୍ପରେ ସାମୂହିକ ହନୁମାନ ଚାଳିଶା ପାଠ କରାଯାଇଥିଲା । ବିଭିନ୍ନ ପଞ୍ଚାୟତରୁ ଆସିଥିବା ପ୍ରତିନିଧିଙ୍କୁ ଅନ୍ନପ୍ରସାଦ ପ୍ରଦାନ ପରେ ଆଗଲପୁର ମଠ ମହନ୍ତଙ୍କ ଦ୍ଵାରା ଅକ୍ଷଦ କଳସ ପ୍ରଦାନ କରାଯାଇଥିଲା ।

pc pk
Leave A Reply

Your email address will not be published.