oom

ବଲାଙ୍ଗିର ଶାନ୍ତିପଡାଠାରେ ଅକ୍ଷତ ଓ ନିମନ୍ତ୍ରଣ ପତ୍ର ବଣ୍ଟନ କଲେ ସାଂସଦ ସଂଗୀତା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନରେ ସାଂସଦ ସଂଗୀତା କୁମାରୀ ସିଂଦେଓ ଶ୍ରୀରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଅଯୋଧ୍ୟାରୁ ଆସିଥିବା ଅକ୍ଷତ ଓ ନିମନ୍ତ୍ରଣ ପତ୍ର ଶାନ୍ତିପଡାଠାରେ ବଣ୍ଟନ କରଛନ୍ତି । ଆସନ୍ତା ଆଗାମୀ ପୌଷ ଶୁକ୍ଲପକ୍ଷ ଦ୍ୱାଦଶୀ ଜାନୁଆରୀ ୨୨ ତାରିଖ ଦିନ ଶ୍ରୀରାମଙ୍କ ନୂତନ ବିଗ୍ରହକୁ ଶ୍ରୀରାମ ଜନ୍ମଭୂମିରେ ନିର୍ମିତ ହେଉଥିବା ନୂତନ ମନ୍ଦିରର ଗର୍ଭ ଗୃହରେ ବିରାଜିତ କରାଯାଇ ପ୍ରାଣ ପ୍ରତିଷ୍ଠା କରାଯିବ । ଏଥିପାଇଁ ସାରା ଦେଶରେ ଅଯୋଧ୍ୟାରୁ ଆସିଥିବା ଅକ୍ଷତ ଓ ନିମନ୍ତ୍ରଣ ପତ୍ର ବଣ୍ଟନ କରାଯାଉଥିବା ବେଳେ ଆଜି ବଲାଙ୍ଗିର ସହରର ଶାନ୍ତିପଡ଼ା ଟାଇଗର୍‌ ୟୁଥ୍‌ କ୍ଲବ୍‌ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସାଂସଦ ଶ୍ରୀମତୀ ସିଂହଦେଓଙ୍କ ସହ ବରିଷ୍ଠ ବିଜେପି ନେତ୍ରୀ ପଙ୍କଜିନୀ ପଣ୍ଡା, ଗୋପାଳଜୀ ପାଣିଗ୍ରାହୀ, ଦିନେଶ ଶର୍ମା ଏବଂ ବହୁ ବିଜେପି କର୍ମକର୍ତ୍ତାମାନେ ଯୋଗଦାନ କରିଥିବା ବେଳେ ଶାନ୍ତିପଡ଼ାରେ ଏହି କାର୍ଯ୍ୟକ୍ରମକୁ ବେଶ୍‌ ଉତ୍ସାହର ସହ ସ୍ୱାଗତ କରିଛନ୍ତି ଅଂଚଳବାସୀ । ଶାନ୍ତିପଡ଼ାର କୀର୍ତ୍ତନ୍ୟ ମଣ୍ଡଳୀ ଦ୍ୱାରା ଆୟୋଜିତ ସଂକୀର୍ତ୍ତନ ସହ ଶାନ୍ତିପଡ଼ାର ପ୍ରତି ଘରେ ଘରେ ଅକ୍ଷତ ଓ ନିମନ୍ତ୍ରଣ ପତ୍ର ବଂଟା ଯାଉଥିବା ଦେଖିବାକୁ ମିଳିଛି ।

jittmm
Leave A Reply

Your email address will not be published.