ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ବଲାଙ୍ଗିର କିଷାନ କଂଗ୍ରେସ ପକ୍ଷରୁ ଜିଲ୍ଲାସ୍ତରୀୟ ଅଖିମୁଠି ଅନୁକୂଳ ଉତ୍ସବ ମହାସମାରୋହରେ ପାଳିତ

  • ଧାନବୁଣି ଅଖିମୁଠି ଅନୁକୂଳ କଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ବାରପୁଡୁଗିଆ ପଂଚାୟତ ଅନ୍ତର୍ଗତ ଆମ୍ବପାଲି ଗାଁରେ ପବିତ୍ର ଅକ୍ଷୟ ତୃତୀୟ ଉପଲକ୍ଷେ ଜିଲ୍ଲାସ୍ତରୀୟ ଅଖିମୁଠି ଅନୁକୂଳ ଉତ୍ସବ ଓ କୃଷକ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । ଆମ୍ବପାଲି ଗ୍ରାମବାସୀଙ୍କ ତରଫରୁ ଶ୍ରୀ ମିଶ୍ରଙ୍କୁ ଗାଁ ତୋଠରୁ କିର୍ତ୍ତନର ତାଳେ ତାଳେ ବର୍ଣ୍ଣାଢ୍ୟ ସମାରୋହରେ ସ୍ୱାଗତ ସମ୍ବର୍ଦ୍ଧନା କରି ଅଖିମୁଠି ଉତ୍ସବ ପାଳନ ସ୍ଥାନକୁ ପାଛୋଟି ନେଇଥିଲେ । ଗାଁର ବିଶିଷ୍ଟ ଚାଷୀ ଧନମାଲି ପଟେଲଙ୍କ ଘରୁ ଅଖିମୁଠି ବାହାରି ତାଙ୍କ ବିଲରେ ହଳ ଲଙ୍ଗଳ ସହ ଶ୍ରୀ ମିଶ୍ରଙ୍କ ଦ୍ୱାରା ଅଖିମୁଠି ଅନୁକୂଳ କରାଯାଇ ଏକ ସଭାର ଆୟୋଜନ ହୋଇଥିଲା । ହଳିଆ ଗୀତ ମଂଚରେ ପରିବେଷଣ ହୋଇଥିଲା ଏବଂ ସଦର ବ୍ଲକର ୩୦ ଜଣ ଚାଷୀଙ୍କୁ ସର୍ବୋତ୍ତମ ଚାଷୀ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଜିଲ୍ଲା କିଷାନ କଂଗ୍ରେସ ଅଧ୍ୟକ୍ଷ ସାନନ୍ଦ ମିଶ୍ରଙ୍କ ନେତୃତ୍ୱରେ ସଦର ବ୍ଲକ ସଭାପତି ରାମ ପ୍ରସାଦ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବଲାଙ୍ଗିର ବିଧାୟକ ଶ୍ରୀ ମିଶ୍ର ଅଖିମୁଠି ଅନୁକୂଳ ଉପଲକ୍ଷେ ଚାଷୀମାନଙ୍କର ମଙ୍ଗଳ କାମନା କରିବା ସହିତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଚାଷୀ ମାରଣନୀତି ବିରୁଦ୍ଧରେ କୃଷକମାନଙ୍କୁ ଅବଗତ କରାଇବା ସହ ଚାଷୀମାନଙ୍କ ବୃହତ୍ତର ସ୍ୱାର୍ଥରେ ଯେ ଖେଳେ ଆଗାମୀ ଦିନରେ ତା’ ବିରୁଦ୍ଧରେ ତିବ୍ରତର ଆନ୍ଦୋଳନ କରାଯିବ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟାମାନଙ୍କ ମଧ୍ୟରେ ରାଜ୍ୟ କିଶାନ କଂଗ୍ରେସ ସଂପାଦକ ସରୋଜ ରଥ, ପିସିସି ସଭ୍ୟ ଉମାଶଙ୍କର ପଣ୍ଡା, ଶ୍ରୀଧର ବାରିକ, ଲୋକନାଥ କୁମୁରା, ରୋହିତ ପଟେଲ, ପ୍ରଶନ୍ନ ପ୍ରଧାନ, ରାଧାକାନ୍ତ ଭୋଇ, ରାଜକୁମାର ପଟେଲ, ବିରେନ୍ଦ୍ର ରାଉତ, ଜୟକୃଷ୍ଣ ମିଶ୍ର ପ୍ରମୁଖ ଙ୍କ ସମେତ ଗ୍ରାମ ଏବଂ ଆଖ ପାଖ ଅଂଚଳର ଶତାଧିକ ମହିଳା ପୁରୁଷ ଉପସ୍ଥିତ ଥିବା ବେଳେ ଗଗନ ନାଥ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.