ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ନିଜ ଚାଷ ଜମିରେ ଚାଷ କରୁଥିବା ସମୟରେ ଜଣେ କୃଷକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । କୃଷକ ଜଣକ ପୋଲସରା ବ୍ଳକ ଅନ୍ତର୍ଗତ ଚିରିକିପଡା ଶାସନ ଗ୍ରାମର କବିରାଜ ଜେନା (୬୫) ବୋଲି ଜଣାପଡିଛି । ସେ ଆଜି କିମ୍ଭିରା ନଦୀତଟରେ ଥିବା ନିଜ ଚାଷ ଜମିରେ ଚାଷ କରୁଥିବା ସମୟରେ ହଠାତ୍ ଟଳିପଡିଲେ । ଘଟଣା ସ୍ଥଳରୁ ସଙ୍ଗେ ସଙ୍ଗେ ଗ୍ରାମବାସୀ ଓ ପରିବାର ଲୋକେ କବିରାଜଙ୍କୁ ପୋଲସରା ମେଡିକାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୋଲସରା ପୋଲିସ ମେଡିକାଲରେ ପହଞ୍ଚି, ଅନୁସନ୍ଧାନ ଜାରି ରଖିଛନ୍ତି ।

Prev Post