oom

ବଜରଙ୍ଗ ଦଳ ଓ ବିଶ୍ଵହିନ୍ଦୁ ପରିଷଦ ତରଫରୁ ଅଖଣ୍ଡ ଭାରତ ସଂକଳ୍ପ ଦିବସ ପାଳିତ

jsmm

ବଲାଙ୍ଗିର, (କେପିଏନଏସ୍‌) : ଗତକାଲି ବଲାଙ୍ଗିର ବଜରଙ୍ଗ ଦଳ ଓ ବିଶ୍ଵହିନ୍ଦୁ ପରିଷଦ ତରଫରୁ ସ୍ଥାନୀୟ ଗାନ୍ଧୀଛକ(ଟିକ୍ରାପଡ଼ା) ଠାରେ ଅଖଣ୍ଡ ଭାରତ ସଂକଳ୍ପ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଶ୍ଵହିନ୍ଦୁ ପରିଷଦର ଜିଲ୍ଲା ସଭାପତି ଗୋବିନ୍ଦ ଚନ୍ଦ୍ର ମିଶ୍ର, ବିଭାଗ ସମ୍ପାଦକ ପବିତ୍ର କୁମାର ଦାଶ, ଜିଲ୍ଲା ସମ୍ପାଦକ ପ୍ରହଲ୍ଲାଦ ସାହୁ, ସହସମ୍ପାଦକ କାହ୍ନା ଶତପଥୀ, ଜିଲ୍ଲା କୋଷାଧ୍ୟକ୍ଷ ପ୍ରଦୀପ ସାହୁ ଏବଂ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ବରିଷ୍ଠ ସ୍ଵୟଂସେବକ ଦତ୍ତାନନ୍ଦ ପଣ୍ଡା ମୁଖ୍ୟବକ୍ତା ଭାବେ ଉପସ୍ଥିତ ଥିଲେ । ବଜରଙ୍ଗ ଦଳର ଜିଲ୍ଲା ସହ ସଂଯୋଜକ ସୌମ୍ୟରଞ୍ଜନ ମିଶ୍ର ଓ ଚର୍ଚିତ ମିଶ୍ର, ନଗର ସହସଂଯୋଜକ ହରି ବାଗ ଓ ତୋଫା ବଘାର, ବିବେକା ବଗର୍ତ୍ତି, ସମ୍ବିତ୍ ମିଶ୍ର, ପିଣ୍ଟୁ ବରାଇ, ସନ୍ତୋଷ କର୍ମୀ, ହରପ୍ରସାଦ ଭୋଇ, ବାଦଳ ସାହୁ, ଅଙ୍କିତ ସୁନା, ବିଜୟ ବାରିକ, ବିକେ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.