oom

ଓଡ଼ିଶା ଡ୍ରାଇଭର ମହାସଂଘ ମୁରିବାହାଲ ବ୍ଲକ ଶାଖାର ୭ଦଫା ଦାବୀ ନେଇ ଷ୍ଟିୟରିଂ ଛାଡ ଆନ୍ଦୋଳନ

jsmm
  • ଯାନବାହାନ ଚଳାଚଳ ଠପ୍, ଯାତ୍ରୀ, ଛାତ୍ରଛାତ୍ରୀ ହଇରାଣ ପେଟ୍ରୋଲ, ଗ୍ୟାସ ନ ପାଇ ଖାଉଟି ହନ୍ତସନ୍ତ
  • ମଙ୍ଗଳବାର ସାପ୍ତାହିକ ବଜାରରେ ପନିପରିବା ଦର ଆକାଶ ଛୁଆଁ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଓଡ଼ିଶା ରାଜ୍ୟ ଡ୍ରାଇଭର ମହାସଂଘର ନିଷ୍ପତ୍ତି କ୍ରମେ ସରକାରଙ୍କୁ ପୂର୍ବରୁ ଦେଇଥିବା ଆଠ ଦଫା ଦାବୀ ମଧ୍ୟରୁ ଆଜି ସୁଦ୍ଧା କେବଳ ଗୋଟିଏ ମାତ୍ର ଦାବୀ ପୂରଣ ହୋଇଛି । ଡ୍ରାଇଭରମାନଙ୍କ ପ୍ରତି ରାଜ୍ୟ ସରକାର ବୈମାତୃକ ମନୋଭାବ ପ୍ରଦର୍ଶନ କରିଥିବାରୁ ରାଜ୍ୟ ମହାସଂଘର ଡାକରା କ୍ରମେ ମୁରିବାହାଲ ବ୍ଲକ ଡ୍ରାଇଭର ମହାସଂଘ ପକ୍ଷରୁ ମଙ୍ଗଳବାର ଷ୍ଟିୟରିଂ ଛାଡ ଆନ୍ଦୋଳନ ଆରମ୍ଭ କରାଯାଇଛି । ସଂଘ ତରଫରୁ ଅନ୍ୟ ୭ଦଫା ଦାବୀ ନେଇ ଏହି ଆନ୍ଦୋଳନ କରାଯାଉଥିବା ଜଣାପଡିଛି । ଦାବୀଗୁଡ଼ିକ ମଧ୍ୟରେ ୬୦ ବର୍ଷ ବୟସ ପରେ ଭତ୍ତା ପ୍ରଦାନ, ପାର୍କିଂ ଫି ଓ କଡାକଡି ନିୟମକୁ କୋହଳ କରିବା, ସେପ୍ଟେମ୍ବର ୧ତାରିଖକୁ ଜାତୀୟ ଡ୍ରାଇଭର ଦିବସ ଭାବେ ପାଳନ, ଗାଡ଼ିର କାଗଜ ପତ୍ର ଯାଞ୍ଚ ଦାୟିତ୍ଵ ପୁଲିସ ପରିବର୍ତ୍ତେ ପରିବହନ ବିଭାଗକୁ ପ୍ରଦାନ, ଓଡ଼ିଶା ଖଣି ଖାଦାନରେ ଓଡ଼ିଆ ଡ୍ରାଇଭରଙ୍କୁ ନିଯୁକ୍ତିରେ ଅଗ୍ରାଧିକାର, ଅଟୋ ଚାଳକଙ୍କୁ ଓଡ଼ିଶା ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭର ଏଣ୍ଡ ୱେଲ୍ ଫେଆର ବୋର୍ଡରେ ସାମିଲ ପ୍ରମୁଖ ୭ଦଫା ଦାବୀକୁ ସରକାର ଶୀଘ୍ର ମାନି ନେବାକୁ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ନଚେତ ସାଧାରଣ ଲୋକଙ୍କ କିଛି ଅସୁବିଧା ବା କ୍ଷୟକ୍ଷତି ହେଲେ ଏଥିପାଇଁ ସରକାର ହିଁ ଦାୟୀ ରହିବେ ବୋଲି ସଂଘ ପକ୍ଷରୁ ଏହି ଚେତାବନୀ ଦିଆଯାଇଛି । ଡ୍ରାଇଭରମାନଙ୍କ ରାଜ୍ୟବ୍ୟାପୀ ଆନ୍ଦୋଳନର ପ୍ରଭାବ ମୁରିବାହାଲ ବ୍ଲକ ଅଞ୍ଚଳରେ ଗୁରୁତର ପଡ଼ିଥିବା ଦେଖିବାକୁ ମିଳିଥିଲା । ସମସ୍ତ ପ୍ରକାରର ଚାରି ଚକିଆ ଯାନବାହନ ଚଳାଚଳ ବନ୍ଦ ଯୋଗୁଁ ଛାତ୍ରଛାତ୍ରୀ ଓ ଯାତ୍ରୀମାନେ ହନ୍ତସନ୍ତ ହେଉଥିବା ବେଳେ ଲୋକେ ପେଟ୍ରୋଲ ପମ୍ପରେ ପେଟ୍ରୋଲ, ଡିଜେଲ ତଥା ଗ୍ୟାସ ଗୋଦାମରେ ଜାଳେଣୀ ଗ୍ୟାସ ପାଇନପାରି ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାରି ପ୍ରଭାବରେ ମଙ୍ଗଳବାର ବସିଥିବା ମୁରିବାହାଲ ସାପ୍ତାହିକ ବଜାରରେ ପନିପରିବା ଦର ଆକାଶ ଛୁଆଁ ରହିଥିବାରୁ ଖାଉଟିମାନେ ଚଢ଼ା ଦରରେ କିଣୁ ଥିବା ମଧ୍ୟ ଦେଖିବାକୁ ମିଳିଥିଲା । ମୁରିବାହାଲ ବ୍ଲକ ଡ୍ରାଇଭର ମହାସଂଘ ପକ୍ଷରୁ ସ୍ଥାନୀୟ କଲ୍ୟାଣ ମଣ୍ଡପ ତଥା ଦୁର୍ଗା ମଣ୍ଡପ ସମ୍ମୁଖରେ ଏହି ଶାନ୍ତିପୁର୍ଣ୍ଣ ଆନ୍ଦୋଳନ କରାଯାଉଛି । ଏହି ଆନ୍ଦୋଳନରେ ଓଡ଼ିଶା ଡ୍ରାଇଭର ମହାସଂଘ ମୁରିବାହାଲ ବ୍ଲକ ଶାଖା କମିଟି ସଭାପତି ଦୁଷ୍ମନ୍ତ ପଧାନ, କାର୍ଯ୍ୟକାରୀ ସଭାପତି ବିକାଶ ପୋଡ଼, ସାଙ୍ଗଠନିକ ସଭାପତି କୈବଲ୍ୟ ଶିକା, ଉପସଭାପତି ପବିତ୍ର ମହାଲିଙ୍ଗ, ସମ୍ପାଦକ ସୁନୀଲ ବାଗ, ସହ-ସମ୍ପାଦକ ଜକସନ୍ ସେଲମା, କୋଷାଧକ୍ଷ ନେତ୍ରାନନ୍ଦ ମାଝୀ, ଉପଦେଷ୍ଟା ବିକ୍ରମ କର୍ମୀ, ଘାସିରାମ ସେଠ୍, ପ୍ରମୋଦ ଦାସ ପ୍ରମୁଖଙ୍କ ନେତୃତ୍ୱରେ ବ୍ଲକର ସମସ୍ତ ୨୨ଟି ପଞ୍ଚାୟତର ଶତାଧିକ ଡ୍ରାଇଭରମାନେ ସାମିଲ ହୋଇଛନ୍ତି ।

jittmm
Leave A Reply

Your email address will not be published.