om academy

କୁଟାସିଂହାରେ ମାଁ ଅଭୟା କାଳୀ ପୂଜା ଆରମ୍ଭ : ବିଶେଷ ଆକର୍ଷଣ ରାବଣ ଦରବାର ଓ କୀର୍ତ୍ତନ ବୈଠକ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର(ଡୁଡୁକା) ବ୍ଲକ୍ ଅନ୍ତର୍ଗତ କୁଟାସିଂହା ଗ୍ରାମ ଅବସ୍ଥିତ । ବଲାଙ୍ଗିର ସହର ଠାରୁ ୪୦କି. ମି. ଦୂରରେ କୁଟାସିଂହା ଗ୍ରାମ । କାହିଁ କେତେ ଆବହମାନ କାଳରୁ ଏହି ଗ୍ରାମରେ ପୂଜାପାଇ ଆସୁଛନ୍ତି, ‘ମାଁ ଅଭୟା କାଳୀ’ । ଗ୍ରାମର ବୟୋଜ୍ୟେଷ୍ଠ ମାନଙ୍କ ମୁଖରୁ ଶୁଣାଯାଏ ୧୯୩୬ ମସିହାରେ ମାଁ ଅଭୟା କାଳୀଙ୍କ ଆବିର୍ଭାବ ହୁଏ ଏବଂ ପୂଜା ପାଆନ୍ତି ଗାଁ ମଝିରେ ଥିବା ଅଭୟା ଦେବୀ ପୀଠରେ । ପୂଜା ତିଥି:- ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଅଷ୍ଟମୀଦିନରୁ ଶୁକ୍ଲ ପକ୍ଷ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ । ପୂଜା ସାମଗ୍ରୀ- (ପ୍ରଥମରୁ ଷଷ୍ଠ ଦିନ ପର୍ଯ୍ୟନ୍ତ)ଦେଶୀମଦ, ଘିଅସଳିତା, ଗୋରସ ଏବଂ ଧୂପକାଠି । ପୂଜକ ଗାଁ ଝାଙ୍କରଙ୍କ ସହିତ ଘଣ୍ଟଧାରୀ ଓ ଛତ୍ରଧାରୀ । ପୂଜାର ବିଧି- ସନ୍ଧ୍ୟା ସମୟରେ ଗାଁର ଚାରିଦିଗରେ ଶୁଖିଲା କାଠକୁ ଦୀପ ରଖିବା ପାଇଁ ଷ୍ଟାଣ୍ଡ କରାଯାଇ, ତା ଉପରେ କଞ୍ଚା ମାଟି ଦୀପରେ ଫୁଲି (ଦେଶୀମଦ) ଦେଇ ୭ଦିନ ବ୍ୟାପୀ ଅଖଣ୍ଡ କରାଯାଏ । ଯେଉଁ ମଦକୁ ମଣିଷ ଖାଇ ମୃତ୍ୟୁ ମୁଖରେ ପଡ଼େ ସେହି ମଦକୁ ମାଁଙ୍କ ଠାରେ ଅର୍ପଣ କରାଯାଏ । ସତରେ ମାଁଙ୍କ ମହିମା କେତେ ଅପାର । ମୁଖ୍ୟ ପୂଜା-(ସପ୍ତମ ଦିନ) ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ନିଷ୍ଠାର ସହିତ ପ୍ରତ୍ୟେକ ପରିବାରରୁ ନଡିଆ, ଧୂପକାଠି, ଘିଅ, ସିନ୍ଦୂର ଓ ଫୁଲ ଦେବୀଙ୍କ ପୀଠକୁ ଯାଏ । ନୈଷ୍ଠିକ ବ୍ରାହ୍ମଣଙ୍କ ଦ୍ଵାରା ‘ମାଁ ଅଭୟା’ଙ୍କ ଠାରେ ଭାଗବତର ସପ୍ତମ ସ୍କନ୍ଧ ପାଠ କରାଯାଏ । ମାଁଙ୍କ ଭୋଗ:- ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ମାଁଙ୍କ ଭୋଗ କେବଳ ନଡ଼ିଆ, ମୁଗରେ ତିଆରି ଖିରୀ ଓ ଧାନରେ ପ୍ରସ୍ତୁତ ‘ଖଈ'(ଲିଆ)ଲାଗି କରାଯାଏ । ଏହି ଭୋଗ କେବଳ ବୟସ୍କା ବିଧବା ମହିଳାମାନେ ପ୍ରସ୍ତୁତ କରିଥାନ୍ତି । ଆହୁରି ଆଶ୍ଚର୍ଯ୍ୟ ହେବେ, ନଡ଼ିଆ ଭୋଗକୁ ଆପଣ ଯେତେ ଖାଇଲେ ମଧ୍ୟ ତାହା ଶରୀରକୁ କ୍ଷତି କରେନାହିଁ । ଆମ ସମାଜରେ ବିଧବା ନାରୀ ମାନଙ୍କୁ ଭିନ୍ନ ଦୃଷ୍ଟିରେ ଦେଖନ୍ତି । କିନ୍ତୁ, ମାଁଙ୍କ ଆଶିର୍ବାଦରୁ ଏହି ବିଧବା ମହିଳାମାନେ ହିଁ ମାଁଙ୍କ ପ୍ରସାଦ ପ୍ରସ୍ତୁତ କରିଥାନ୍ତି । ଏହି ଆଠ ଦିନ ପର୍ଯ୍ୟନ୍ତ ଗାଁରେ ମାଛ ମାଂସ ଭକ୍ଷଣ କରାଯାଏ ନାହିଁ । ଏହି ସାତଦିନ ମଦୁଆ ମାନଙ୍କ ପାଇଁ ମଦ ସ୍ଵପ୍ନ ହୋଇଯାଏ । ଶେଷରେ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ସକାଳେ ପ୍ରତ୍ୟେକ ପରିବାରରୁ ଜଣେ ଜଣେ ପ୍ରସ୍ତୁତ ହୋଇଥିବା, ଲିଆ, ଅରୁଆଚାଉଳ, ଘିଅବଳିତା ଓ ପାଳବିଡାରେ ତିଆରି (ନିଆଁ ବେଣ୍ଟିଆ) ଧରି ଗ୍ରାମର ପଶ୍ଚିମ ଦିଗରେ ଥିବା ଅଶ୍ଵତ୍ଥ ବୃକ୍ଷ ମୂଲକୁ ଯାଇ ମାଁଙ୍କୁ ମେଲାଣି ଦିଅନ୍ତି । ବର୍ତ୍ତମାନ ଏହି ‘ମାଁ ଅଭୟା’ ଦେବୀ ପୀଠକୁ ପଶ୍ଚିମ ଓଡ଼ିଶାର ତାରିଣୀ ପୀଠ କହିଲେ ଅତ୍ୟୁକ୍ତି ହେବ ନାହିଁ । ସେଇଥି ପାଇଁ ପରା ଗାଁ ତଥା ଆଖପାଖ ଅଂଚଳର ସମସ୍ତେ ଗୁହାରି କରନ୍ତି, ଜୟ ଜୟ ମାଁ ଗୋ, ଅଭୟା କାଳୀ ମାଁ କରୁଛେଁ ତତେ ଜୁହାର, ମାଁ ଗୋ କରିବୁ ନାଇ ମତେ ପର,ମାଁ ଅଭୟା କାଳୀ ଯାତ୍ରା ତା ୧୭/୬/୨୦୨୪ରୁ ୨୨/୬/୨୦୨୪ ର୍ଯ୍ୟନ୍ତ ଅନୁଷ୍ଠିତ ହେବ,ଏହି ଅବସରରେ ୨୧/୬/୨୦୨୪- କୀର୍ତ୍ତନ ବୈଠକ ଅନୁଷ୍ଠିତ ହେବ, ବିଶେଷ ଆକର୍ଷଣ ରାବଣଦରବାର ଦୈନନ୍ଦିନ ମାଁଙ୍କ ନାମରେ ନାମ ଯଜ୍ଞ ଅନୁଷ୍ଠିତ ହେବ । ଯାତ୍ରା କମିଟି ଓ ଗ୍ରାମବାସୀଙ୍କ ତରଫରୁ ଏହି ଯାତ୍ରାକୁ ସଫଳ କରିବାପାଇଁ ସମସ୍ତଙ୍କର ସହୟୋଗ କାମନା କରିଛନ୍ତି । ଏହି ଯାତ୍ରା ଗାଁର ଗୌନ୍ତିଆ ରାଜିନ ପାତ୍ରଙ୍କ ପୌରହିତ୍ୟରେ ଗାଁର ଝଙ୍କାର, ଦେହେରି ଶ୍ରୀହରୀ ଭୁଏ, ପିତାମ୍ବର ନାଗ, ଗରୁଡ଼ ସା, ବାଳୀ ବାଗ, ଲେକ୍ରୁ ସାହୁ, ଜଗବନ୍ଧୁ ସାହୁ ପୂଜା ଦୟିତ୍ଵରେ ରହିଛନ୍ତି । ମୁଖ୍ୟ ପୂଜକ ଆର୍ତ୍ତତ୍ରାଣ ପୁରୋହିତ ଓ ଶତ୍ରୁଘ୍ନ ପୁରୋହିତ ପୂଜା କାର୍ଯ୍ୟ ତୁଲାଉଛନ୍ତି । ଏହି ଯାତ୍ରାର ପରିଚାଳନା ପାଇଁ ସଭାପତି ଭାବେ ଗୋବର୍ଦ୍ଧନ ସାହୁ, ସମ୍ପ।ଦକ ଭାବେ ପ୍ରଦୀପ ପାତ୍ର ଦାୟିତ୍ୱରେ ଥିବାବେଳେ ଗ୍ରାମବାସୀ ବୃନ୍ଦ ସହୟୋଗ କରୁଛନ୍ତି ।

Leave A Reply

Your email address will not be published.