ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଜିଲ୍ଲା ସଭାପତି ବ୍ରଜ କିଶୋର ସିଂ ଭୋଇଙ୍କ ଅକାଳ ବିୟୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଜିଲ୍ଲା ସଭାପତି ତଥା ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘର କାର୍ୟ୍ୟକାରୀ ସଭାପତି ବ୍ରଜ କିଶୋର ସିଂ ଭୋଇଙ୍କ ଆଜି ସକାଳ ୮.୪୦ରେ ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ସେ ଓଡ଼ିଶା ଆଦିବାସୀ ସମାଜର ଜଣେ ଟାଣୁଆ ନେତା, ପ୍ରଗ୍ଳଭ ବକ୍ତା, ଆଦିବାସୀ ବାର୍ତ୍ତାର ସମ୍ପାଦକ, ଆଇନଜୀବୀ, ବିଶିଷ୍ଟ ସମାଜସେବୀ, ସଇଁତଲା ଜମିଦାର, ପରୋପକାରୀ ଥିଲେ । ତାଙ୍‌ଙ୍କ ସ୍ବର୍ଗତ ସିଂ ଭୋଇଙ୍କ ଅକାଳ ବିୟୋଗରେ ସମଗ୍ର ଆଦିବାସୀ ସମାଜ ମର୍ମାହତ, ଦୁଃଖିତ । ତାଙ୍କ ବିୟୋଗରେ ସାରା ଓଡ଼ିଶାର ଆଦିବାସୀ ସମାଜର ଅପୂରଣୀୟ କ୍ଷତି ଘଟିଛି । ସ୍ବଗତ ସିଂ ଭୋଇ ଜଣେ ବିଦ୍ୱାନ, ବରିଷ୍ଠ ଆଦିବାସୀ ନେତା, ନିର୍ଭିକ ଏବଂ ନିରିପେକ୍ଷ ନେତା ଭାବରେ ଓଡ଼ିଶାରେ ବେଶ୍‌ ପରିଚିତ । ତାଙ୍କ ବିୟୋଗରେ ଓଡ଼ିଶା ମାଟି ଏକ ବରପୁତ୍ରଙ୍କୁ ହରାଇଲା ବୋଲି ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ନିରଞ୍ଜନ ବିଶି ତାଙ୍କ ଶୋକ ବାର୍ତ୍ତାରେ ଜଣାଇଛନ୍ତି ।

Leave A Reply

Your email address will not be published.