ଯୁବ କଳାକାରଙ୍କ ଅକାଳ ବିୟୋଗ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘନୀପୁର ଗ୍ରାମ ପଥରପଦା ସାହିର ବାବୁଲି ସାହୁଙ୍କ ପୁତ୍ର ମଳୟ ରଞ୍ଜନ ସାହୁ (୨୮)ଙ୍କ ଅକାଳ ବିୟୋଗ ଘଟିଛି । ତାଙ୍କର ଏହି ମୃତ୍ୟୁ ଖବର ଶୁଣି ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେ ନିମୋନିଆ ରୋଗରେ ଆକ୍ରାନ୍ତ ହୋଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ରଘୁନାଥ ରାମ ନାଟ୍ୟ କଳା ପରିଷଦର ସେ ବରିଷ୍ଠ କଳାକାର ଥିଲେ । ସେ ମେଲାପୀ, ପରପୋକାରୀ, ବନ୍ଧୁ ବତ୍ସଳ ଥିଲେ । ସ୍ବର୍ଗଦ୍ଵାର ପୁରୀ ଶ୍ମଶାନରେ ତାଙ୍କର ଅନ୍ତିମ ସତ୍କାର କରାଯାଇଥିଲା । ସାନଭାଇ ଚନ୍ଦନ ସାହୁ ମୁଖାଗ୍ନି ଦେଇଥିଲେ । ବହୁ ବ୍ୟକ୍ତି ବିଶେଷ, ବନ୍ଧୁ ପରିଜନ ଆସି ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମ୍ବେଦନା ଜଣାଇଥିଲେ ।

Leave A Reply

Your email address will not be published.