oom

କୈଳାଶ ଚନ୍ଦ୍ର ବରିହାଙ୍କ ଅକାଳ ବିୟୋଗ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ହନୁମାନ ପଡା ବାସିନ୍ଦା କୈଳାଶ ଚନ୍ଦ୍ର ବରିହା (ବାବୁଲୁ)ଙ୍କ ୪୬ ବର୍ଷ ବୟସରେ ଗତକାଲି ତାଙ୍କର ଅକାଳ ବିୟୋଗ ହୋଇଯାଇଛି । ସେ ଦୀର୍ଘ ଦିନ ହେଲା ଅସୁସ୍ଥ ଥିଲେ ଏବଂ ତାଙ୍କୁ ଚିକିତ୍ସା ପାଇଁ କଟକ ନେଉଥିବା ସମୟରେ ରାସ୍ତାରେ ତାଙ୍କ ମୃତ୍ୟୁ ଘଟିଥିଲା । ସେ ନୂଆପଡା ସ୍ଥିତ ବିଏସଏନଏଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ ଏବଂ ହନୁମାନ ପଡା କଲା ମନ୍ଦିର ୟୁଥ କ୍ଲବର ଜଣେ ସକ୍ରିୟ ସଦସ୍ୟ ଥିଲେ । ତାଙ୍କ ବିୟୋଗରେ ହନୁମାନ ପଡା ସମେତ ପଦ୍ମପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପଦ୍ମପୁର ସ୍ୱର୍ଗଦ୍ୱାର ଠାରେ ତାଙ୍କ ଶେଷକୃତ୍ୟ କରାଯାଇ ଥିବାବେଳେ ପୁଅ ଅବିନାଶ ମୁଖାଗ୍ନି ଦେଇଥିଲେ ।

jittmm
Leave A Reply

Your email address will not be published.