ls

ଯୁବକଙ୍କ ଅକାଳ ବିୟୋଗରେ ଶୋକ

sb

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ସାଉରିଆ(ଘୋରଡିଆ) ଗ୍ରାମର ଧରଣୀଧର ପରିଡା(ଟୁବା) ୪୪ ବର୍ଷ ବୟସରେ ମୃତ୍ୟୁୁ ବରଣ କରିଛନ୍ତି । ସେ ଦୀର୍ଘ ଦିନ ହେଲା କିଡିନି ଜନିତ ରୋଗରେ ପୀଡିତ ଥିଲେ । ଅତି ଦୁଃଖର ବିଷୟ ଦୁଇ ବର୍ଷ ମଧ୍ୟରେ ଗୋଟିଏ ପରିବାରର ତିନି ଭାଇଙ୍କର ଅକାଳ ବିୟୋଗ ଘଟିଛି, ପୁର୍ବରୁ ତାଙ୍କ ମଝିଆଁ ଓ ବଡ ଭାଇଙ୍କ ହୃଦଘାତରେ ମୃତ୍ୟୁ ହୋଇଥିଲା । ତାଙ୍କର ଏହି ଅକାଳ ବିୟୋଗରେ ସମଗ୍ର ଅଚଂଳରେ ଶୋକର ଛାୟା ଖେଳି ଯାଇଥିଲା । ସେ ଜଣେ ଧର୍ମପରାୟଣ, ମେଳାପି, ପରୋପକାରୀ ମଣିଷ ଥିଲେ । ତାଙ୍କର ଶେଷ ଦର୍ଶନ ପାଇଁ ବହୁ ଲୋକ, ବନ୍ଧୁବର୍ଗ, ଗ୍ର୍ରାମବାସୀ ଓ ବହୁ ବିଶିଷ୍ଟ ବ୍ୟକ୍ତି ଘୋରଡିଆ ସ୍ଥିତ ବାସଭବନରେ ସମବେତ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଗ୍ରାମ ଶ୍ମଶାନରେ ତାଙ୍କର ଅନ୍ତେଷ୍ଟିକ୍ରିୟା ସମାପନ କରାଯାଇଛି ।

pc pk
Leave A Reply

Your email address will not be published.