centurian jitm

ଧାତୁକଜୁରୀ ଗ୍ରାମରେ ପାଣିରେ ବୁଡ଼ି ନାବାଳିକା ଛାତ୍ରୀଙ୍କ ଅକାଳ ବିୟୋଗ

nschool

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ବଡ଼ସାଇମରା ପଞ୍ଚାୟତ ଧାତୁକଜୁରୀ ଗ୍ରାମରେ ପାଣିରେ ବୁଡି ଚୁମକି ନାଗ(୧୦)ନାମକ ଜଣେ ନାବାଳିକା ଛାତ୍ରୀଙ୍କ ଅକାଳ ବିୟୋଗ ଘଟିଥିବା ଜଣାପଡ଼ିଛି । ଧାତୁକଜୁରୀ ଗ୍ରାମର ଈଶ୍ୱର ନାଗଙ୍କ ଝିଅ ଚୁମକି ରବିବାର ପୂର୍ବାହ୍ନରେ ଗ୍ରାମରେ ଥିବା ଚହଲାକୁ ଅନ୍ୟ ସାଙ୍ଗମାନଙ୍କ ସହିତ ଗାଧୋଇବାକୁ ଯାଇଥିଲା ବେଳେ ପାଣିରେ ଗୋଡ ଖସି ବୁଡ଼ି ଯାଇଥିଲେ । ତାଙ୍କ ପାଖରେ ଥିବା ଅନ୍ୟମାନେ ପାଣିରୁ ଉଦ୍ଧାର କରିଥିବା ବେଳେ ପରିବାର ଲୋକେ ତୁରନ୍ତ ଆମ୍ବୁଲାନ୍ସ ଯୋଗେ କଣ୍ଟାବାଞ୍ଜି ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଚୁମକିଙ୍କ କାକା ନିତ୍ୟାନନ୍ଦ ନାଗଙ୍କ ଏତଲା ଆଧାରରେ ମୁରିବାହାଲ ପୁଲିସ କଣ୍ଟାବାଞ୍ଜି ମେଡିକାଲ୍ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ଏ ସମ୍ପର୍କରେ ଥାନାରେ ଅପମୃତ୍ୟୁ କେଶ ନ ୦୮/୨୫ରୁଜ୍ଜୁ କରାଯାଇ ତଦନ୍ତ ଜାରି ରହିଥିବା ତଦନ୍ତକାରୀ ଥାନା ଏସଆଇ ପଙ୍କଜିନୀ ବାଗ ପ୍ରକାଶ କରିଛନ୍ତି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ତଦନ୍ତ କରି ପାଣିରେ ବୁଡ଼ି ମୃତ୍ୟୁବରଣ କରିଥିବା ନାବାଳିକା ଛାତ୍ରୀଙ୍କ ପରିବାରଙ୍କୁ ୪ଲକ୍ଷ ଟଙ୍କା ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ତହସିଲଦାର ଜଗଦୀଶ କର୍ତ୍ତାମୀ ପ୍ରକାଶ କରିଛନ୍ତି । ନାବାଳିକା ଛାତ୍ରୀଜଣଙ୍କ ଗାଁ ସ୍କୁଲରେ ପାଠ ପଢୁଥିବା ବେଳେ ତାଙ୍କ ଅକାଳ ବିୟୋଗରେ ସାଙ୍ଗସାଥୀ, ପରିବାର, ସ୍କୁଲ ତଥା ଗ୍ରାମରେ ଅତ୍ୟନ୍ତ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Leave A Reply

Your email address will not be published.