oom

ନୃସିଂହନାଥ ଏସଏସଡି ହାଇସ୍କୁଲରେ ଜିଲ୍ଲା ସ୍ତରୀୟ ଏକ ଦିବସୀୟ କ୍ରୀଡା ମହୋତ୍ସବ ଅନୁଷ୍ଠିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ନୃସିଂହନାଥ ଏସଏସଡି ହାଇସ୍କୁଲରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗର ଜିଲ୍ଲା ସ୍ତରୀୟ ହାଇସ୍କୁଲ ମାନଙ୍କର ଏକ ଦିବସୀୟ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରଗଡ ଜିଲ୍ଲାର ସାତ ଗୋଟି ହାଇ ସ୍କୁଲର ୮୪ ଜଣ ଛାତ୍ର ଛାତ୍ରୀ ଯୋଗଦାନ କରିଥିଲେ । ଏହି କ୍ରୀଡାକୁ ମୁଖ୍ୟ କ୍ରୀଡା ଶିକ୍ଷକ ପ୍ରିତମ ପଣ୍ଡା, ନମିତା ସାହୁ, ଭେରୀନାଥ ବାଗ, ସୁଶାନ୍ତ ସାହୁ, ପ୍ରମୁଖ କ୍ରୀଡା ଶିକ୍ଷକ ମାନେ ପରିଚାଳନା କରିଥିଲେ । ମୁଖ୍ୟତଃ ୬ଗୋଟି ଇଭେଣ୍ଟରୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୩ଜଣ ଲେଖାଏଁ ୩୬ ଜଣ ଜଣଙ୍କୁ ଚୟନ କରାଯାଇଥିଲା । କ୍ରୀଡା ଶେଷ ହେଲା ପରେ ମାର୍ଚ୍ଚ ଫାଷ୍ଟ ଓ ଜମ୍ମଲ ମାର୍ଚ୍ଚ କରାଯାଇ କ୍ରୀଡା ପତାକାକୁ ମୁଖ୍ୟ ଅତିଥିଙ୍କୁ ହସ୍ତାନ୍ତର ନିୟମ ମୁତାବକ କରାଯାଇଥିଲା । ଏନେଇ ଅନୁଷ୍ଠିତ ସଭାରେ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ମୋହିନୀ ଦଳପତି ସଭାପତିତ୍ୱ କରିଥିଲେ, ମୁଖ୍ୟ ଅତିଥି ବରଗଡ ଜିଲ୍ଲା ମଙ୍ଗଳ ଅଧିକାରୀ ମଳୟ ଶତପଥୀ, ମୁଖ୍ୟ ବକ୍ତା ସୁନୀଲ ଭୋଇ, ସମ୍ମାନିତ ଅତିଥି ସମାଜସେବୀ ବଡ ଶତପଥି ପ୍ରମୁଖ ଯୋଗଦେଇ କ୍ରୀଡାରେ ଭାଗନେଇ ଥିବା ସମସ୍ତ ଖେଳାଳି ମାନଙ୍କୁ ଇଛା ଶକ୍ତି ଲଗାଇ ମନଦେଇ ଖେଳର କୌଶଳକୁ ଠିକ ଯାଗାରେ ଠିକ ସମୟରେ ପ୍ରୟୋଗ କଲେ, ବିଜୟ ସୁନିଶ୍ଚିତ ବୋଲି ବୁଝାଇବା ସହ ସମସ୍ତ ଖେଳାଳି ମାନଙ୍କୁ ଧନ୍ୟବାଦ ଦେଇ କୃତି ୩୬ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଶେଷରେ ସଭାପତି ଶ୍ରୀମତୀ ଦଳପତି ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.