oom

ବଲାଙ୍ଗିରରୁ ଯିବ ଅଯୋଧ୍ୟାକୁ ଏକ ନିଆରା ହାତଲେଖା ପୁସ୍ତକ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ଜାନୁୟାରୀ ୨୨ରେ ହେବାକୁ ଥିବା ଅଯୋଧ୍ୟା ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ବଲାଙ୍ଗିର ଶରତ ଚନ୍ଦ୍ର ଜଶୱାଲଙ୍କ ଦ୍ୱାରା ଲିଖିତ ଏକ ଲକ୍ଷ ଏକାବନ ହଜାର ଶହେ ଆଠ ନିଜ ହସ୍ତରେ କଲମ ମୂନରେ ଲେଖା “ଜୟ ଶ୍ରୀରାମ” ବଲାଙ୍ଗିର ରାମ ମନ୍ଦିରରେ ପୂଜାର୍ଚ୍ଚନା ପରେ ଅଯୋଧ୍ୟା ଟ୍ରଷ୍ଟବୋର୍ଡକୁ ପଠାଯାଇଛି । ଏ ଖବର ପ୍ରସାରିତ ହେବା ପରେ ବଲାଙ୍ଗିର ରାମ ଭକ୍ତଙ୍କ ମନରେ ଆନନ୍ଦ ଲହରୀ ଖେଳିଯାଇଛି ଏବଂ ପାଟଣା ଇଷ୍ଟଦେବୀ ପାଟଣେଶ୍ୱରୀ ଦେବୀ ମନ୍ଦିର, ମା’ ସମଲେଶ୍ୱରୀ ମନ୍ଦିର ପୂଜାର୍ଚ୍ଚନା ପରେ ପରେ ପ୍ରଭୁ ଶ୍ରୀ ରାମଙ୍କ ପାଇଁ ଏହିପରି ଉପହାର ପଠାଇ ପାରୁଥିବାରୁ ଭକ୍ତମାନଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି । ଏହି ଲେଖାକୁ ଦୀର୍ଘ ଛଅ ମାସ ସମୟ ଲାଗିଥିବା କହନ୍ତି ଶ୍ରୀ ଜଶୱାଲ । ଜଶୱାଲ ଜଣେ ବଲାଙ୍ଗିର ସହରର ଟାଉନଥାନା ନିକଟର ଏକ ଉଠା ଦେକାନ କରିଛନ୍ତି । ପ୍ରେସ କ୍ଲବ ସଭାପତି ଅରୁଣ କୁମାର ମିଶ୍ର, ମଧୁସୁଦନ ନାଏକ, ଦିନେଶ କୁମାର ଶର୍ମା, ଶମ୍ଭୁ ପ୍ରସାଦ ଶତପଥି, ପଣ୍ଡିତ ଅମର କର ଉପସ୍ଥିତ ଥିବା ବେଳେ ସୂଚନା ଯେ ଏହି ପୁସ୍ତକଟି ଡାକ ଯୋଗେ ପଠାଯିବ ବୋଲି ଶ୍ରୀ ଜଶୱାଲ କହିଛନ୍ତି ।

jittmm
Leave A Reply

Your email address will not be published.