oom

ଅଜଣା ଦୁର୍ବୃତ୍ତର ଆତଙ୍କରାଜ : ପିସ୍ତଲ ମୁନରେ ବନ୍ଧକ ଅଛନ୍ତି ପରିବାର ସଦସ୍ୟ, ଘଟଣା ସ୍ଥଳରେ ପୁଲିସ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପ୍ରାୟ ପୂର୍ବାହ୍ନ ୯ଟା ସମୟରେ ସ୍ଥାନୀୟ ଶାନ୍ତିପଡ଼ା ସ୍ଥିତ ଚନ୍ଦ୍ରଶେଖର ମନ୍ଦିର ସାମ୍‌ନାରେ ରହୁଥିବା ମଦନ ମୋହନ ହୋତାଙ୍କ ଘର ଭିତରକୁ ଜଣେ ଅଜଣା ଦୁର୍ବୃତ୍ତ ପିସ୍ତଲ ଧରି ପଶି ଯାଇଥିବା ବେଳେ ପରିବାର ସଦସ୍ୟଙ୍କୁ ପିସ୍ତଲ ମୁନରେ ବନ୍ଧକ ରଖିଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ଟାଉନ୍‌ ଥାନା ପୋଲିସ ପହଂଚି ତଦନ୍ତ କରୁଥିବା ବେଳେ ବନ୍ଦ ଘର ଭିତରେ ରହିଥିବା ଦୁର୍ବୃତ୍ତକୁ ଆତ୍ମସମର୍ପଣ କରିବାକୁ ବୁଝାସୁଝା ଜାରି ରଖିଥିବା ଜଣାପଡ଼ିଛି । ତେବେ ଏହା ଡକାୟତି ଉଦ୍ୟମ ନା’ ଅନ୍ୟ କୌଣସି କାରଣ ରହିଛି ଏହି ଘଟଣା ପଛରେ, ତାହା ବର୍ତ୍ତମାନ ପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପୋଲିସ ଅଧିକାରୀଙ୍କ ଅନୁସାରେ ଦୁର୍ବୃତ୍ତ ଜଣକ ଆତ୍ମସମର୍ପଣ କରିବା ପରେ ଘଟଣା ସଂପର୍କ ସଠିକ୍‌ ଭାବେ ଜଣାପଡ଼ିଛି । ତେବେ ଏହି ଅଜଣା ଦୁର୍ବୃତ୍ତଙ୍କ ଆତଙ୍କରାଜକୁ ନେଇ ଅଂଚଳରେ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଘଟଣା ସ୍ଥଳରେ ବହୁ ଲୋକ ରୁଣ୍ଡ ହୋଇଥିବା ଦେଖିବାକୁ ମିଳିଛି ।

jittmm
Leave A Reply

Your email address will not be published.