ls

ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର

sb

ଟିଟିଲାଗଡ, (ଗୌରବ ଦର୍ଜୀ) : ଗତ ଶୁକ୍ରବାର ଦିନ ଟିଟିଲାଗଡ ରେଳବାଇ ପୁରୁଣା ଟ୍ୟାନେରୀ ନିକଟରେ ଏକ ଶବ ପଡିଥିବା ଲୋକଙ୍କ ନଜରକୁ ଆସିଥିଲା । ଖବର ପାଇ ଟିଟିଲାଗଡ ପୋଲିସ ଉକ୍ତ ସ୍ଥାନକୁ ପହଂଚି ଦେଖିଥିଲା ଯେ, ଉକ୍ତ ଶବଟି ଉଲଗ୍ନ ଅବସ୍ଥାରେ ପଡ଼ିରହିଥିଲା । ଶବଟିକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । କିନ୍ତୁ ଶବଟିର ପରିଚୟ ଏ ପର୍ୟ୍ୟନ୍ତ ଜଣାପଡିନାହିଁ । ପରିଚୟ ନଥିବାରୁ ପୋଲିସ ଅଜଣା ଶବ ଭାବରେ କେସ ନଂ ୧୭/୨୧ରେ ମାମଲା ରୁଜ୍ଜୁ କରିଛି । ଅଜଣା ଯୁବକଟିର ପରିଚୟ ପାଇଁ ପୋଲିସ ଟିଟିଲାଗଡ ମୁଖ୍ୟ ଡାକ୍ତରଖାନାରେ ୭୨ ଘଣ୍ଟା ପାଇଁ ସଂରକ୍ଷିତ ରଖିଛି । ଯଦି କେହି ପରିଚିତ ବ୍ୟକ୍ତି ଜାଣନ୍ତି ତେବେ ଟିଟିଲାଗଡ ପୋଲିସ ଷ୍ଟେସନକୁ ସୂଚନା ଦେବା ପାଇଁ ଅନୁରୋଧ କରିଛନ୍ତି ।

pc pk
Leave A Reply

Your email address will not be published.