ସେମିଳିଗୁଡାରେ ୭ ଫୁଟ୍‌ର ଅଜଗର ଉଦ୍ଧାର

ସେମିଳିଗୁଡା, (କେପିଏନ୍‌ଏସ୍‌) : କୋରାପୁଟ ଜିଲ୍ଲା ବୋରିଗୁମ୍ମା ସେମିଳିଗୁଡା ଗାଁରୁ ୭ ଫୁଟ୍‌ର ଅଜଗର ଉଦ୍ଧାର । ସୂଚନା ଅନୁଯାୟୀ ଆଜି ସକାଳୁ ସେମିଳିଗୁଡାର କିଛି ଗ୍ରାମବାସୀ ନାଳରେ ଏକ ୭ ଫୁଟ୍‌ର ଅଜଗର ସାପ ଯିବାର ଦେଖିଥିଲେ । ସଙ୍ଗେ ସଙ୍ଗେ ଗାଁ ଲୋକେ ଏକାଠି ହୋଇଥିଲେ । କିଛି ଯୁବକ ସାପଟିକୁ ଉଦ୍ଧାର କରି ବନବିଭାଗକୁ ଖବର ଦେଇଥିଲେ । କିନ୍ତୁ ବନବିଭାଗ କର୍ମଚାରୀ ପହଂଚିବା ପୂର୍ବରୁ ଗ୍ରାମବାସୀ ସୁରକ୍ଷିତ ଭାବେ ସାପଟିକୁ ନିକଟରେ ଥିବା ଜଙ୍ଗଲରେ ଛାଡିଦେଇ ଥିବା ସୂଚନା ମିଳିଛି । ସାପଟି ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହୋଇଛି ବୋଲି ଅନୁମାନ କରାଯାଉଛି । ସାପ ଦେଖିବାକୁ ଗାଁରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଅଜଗର ସାପଟିର ଓଜନ ପାଖାପାଖି ୩୦ କେ.ଜି ହେବ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.